ଗୀତ ଗାଇ ଗୁହାରି କରିଥିଲେ ପ୍ରଫୁଲ୍ଲ, ପାଇଲେ ଜମିପଟ୍ଟା

ରଗଡ଼ି/ବ୍ୟାସନଗର: କୋରେଇ ବ୍ଲକ୍ କାଚରାସାହି ପଞ୍ଚାୟତ ସହଗାଁ ଗ୍ରାମର ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସଙ୍କୁ ବ୍ୟାସନଗର ତହସିଲ ପକ୍ଷରୁ ଜମିପଟ୍ଟା ପ୍ରଦାନ କରାଯାଇଛି। ବସୁନ୍ଧରା ଯୋଜନାରେ ପ୍ରଫୁଲ୍ଲଙ୍କୁ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ୪ ଡିସିମିଲ ଜମିର ପଟ୍ଟା ପ୍ରଦାନ କରିଛନ୍ତି। ପ୍ରକାଶ ଯେ, କିଛିଦିନ ତଳେ ଦିବ୍ୟାଙ୍ଗ ପ୍ରଫୁଲ୍ଲ ସଂଗୀତ ମାଧ୍ୟମରେ ଜମିପଟ୍ଟା ଓ ସରକାରୀ ଆବାସ ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ। ସରକାରୀ ଯୋଜନା ପାଇଁ ତାଙ୍କ ନିଆରା ସଂଗୀତ ପରିବେଷଣ ଭାଇରାଲ ହେବାରେ ଲାଗିଥିଲା। ସେହିପରି ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଥିଲେ।

ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଓ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ ନିର୍ଦେଶରେ ଆଜି ବ୍ୟାସନଗର ତହସିଲଦାର ଶ୍ରୀ ମାଝୀ ପ୍ରଫୁଲ୍ଲଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ। ଏହି ସମୟରେ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ଉପସ୍ଥିତ ଥିଲେ। ଆରଆଇ ରବୀନ୍ଦ୍ର କୁମାର ସାହୁ, ରେକର୍ଡ କିପର ଲୀନା ମଞ୍ଜରି, ଅମିନ ନିବେଦିତା ପାଢ଼ୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର