ଜଂଗଲରେ ନକ୍ସଲଙ୍କ ମୃତ୍ୟୁ ଯନ୍ତାରେ ଫଶିଲେ ୫ ଗ୍ରାମବାସୀ: ୪ ଆହତ ,ଜଣକର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଏବଂ ତେଲେଙ୍ଗାନାର ଭିନ୍ନ ଭିନ୍ନ ଘଟଣାରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ମୃତ୍ୟୁର ଯନ୍ତାରେ ଫସିଲେ ଗ୍ରାମବାସୀ। ତେଲେଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାର ବାଜଦେ ମଣ୍ଡଲମ ଅଂଚଳରେ ତିନି ଜଣ ଗ୍ରାମବାସୀ ଜଂଗଲରେ କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। ଏହି ସମୟରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ପ୍ରେସର ବୋମାର ଶିକାର ହୋଇଥିଲେ। ବୋମା ବିସ୍ଫୋରଣ ଫଳରେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ଜଗନ୍ନାଥପୁରମ ଗାଁର ଜିଶସ୍।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ଅନ୍ୟ ଏକ ଘଟଣାରେ ଛତିଶଗଡର ବସ୍ତର ଜିଲ୍ଲାରେ ଭୀମାପୁର ଗ୍ରାମର ଦୁଇ ଯୁବତୀ ସକାଳୁ ଜଂଗଲକୁ ଟୋଲା ଗୋଟାଇବାକୁ ଯାଇଥିବା ବେଳେ ଜଂଗଲରେ ଲ୍ୟାଣ୍ଡମାଇନ ଦେଖି ଏହା କଣ ବୋଲି ତାକୁ ଗୋଡରେ ଏଡାଇବା ପରେ ତାହା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଗ୍ରାମବାସୀ ତୁରନ୍ତ ଜଂଗଲରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଦୁଇ ଯୁବତୀ ଗୁରୁତର ହୋଇ ପଡିରହିଥିଲେ। ତୁରନ୍ତ ଗୁରୁତର ଇଶା ମାଡକମକୁ ରାୟପୁର ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆଉ ଜଣେ ଯୁବତୀ ଘରେ ଚିକିତ୍ସିତ ହେଉଛନ୍ତି। ତେବେ ଜଂଗଲରେ ପାଦ ପାଦକେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମୃତ୍ୟୁର ଯନ୍ତା ବିଛାଇଛନ୍ତି। ତେବେ ଏହି ମୃତ୍ୟୁର ଯନ୍ତାରେ ନିରୀହ ଗ୍ରାମବାସୀ ଫସି ଅକାଳରେ ମୃତ୍ୟୁବରଣ କରୁଛନ୍ତି। ପୁଲିସ ଜଂଗଲରେ ନକ୍ସଲ ଆଉ କେଉଁଠି ଲ୍ୟାଣ୍ଡ ମାଇନ ଖଞ୍ଜିଛନ୍ତି ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି।

ସମ୍ବନ୍ଧିତ ଖବର