ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟରାମ ଜଙ୍ଗଲରେ ଯବାନ ଏକ ୧୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ପରେ ଏହାକୁ ଯବାନ ନିଷ୍କ୍ରିୟ କରିଥିବା ଜଣାପଡିଛି। ବିଶେଷ ସୂତ୍ରରୁ ଖବର ପାଇ ସୁକମା ଜିଲ୍ଲାର କିଷ୍ଟରାମଠାରେ ଅବସ୍ଥାପିତ ୨୦୧ କୋବ୍ରା ବାଟାଲିୟନର ଯବାନ କୁମ୍ବିଂ ପାଇଁ କିଷ୍ଟରାମ ଜଙ୍ଗଲ ସମେତ ନାରସାପୁରମ,ପେଣ୍ଡାଗୁଟ୍ଟା,ମେଲାଭାଗୁ ନାଳ,ରାଓଗୁଡା ଚିନ୍ତଲନାର ଅଂଚଳକୁ ଯାଇଥିଲେ। ତେବେ କିଷ୍ଟରାମ ଜଙ୍ଗଲରେ ଏକ ବୁଦା ମୁଳରେ ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜିଥିବା ଯବାନ ସୁରାକ ପାଇଥିଲେ।
ତୁରନ୍ତ ସେହି ଅଂଚଳକୁ ଘେରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେଠାରେ ଏକ ୧୪ କିଲୋ ଓଜନର ଟିଫିନ ବୋମାକୁ ନକ୍ସଲ ପୋତିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଯବାନ ବୋମା ନିଷ୍କ୍ରିୟ ଦଳକୁ ସେଠାକୁ ଡାକି ବୋମାକୁ ନିଷ୍କ୍ରିୟ କରିଥିଲେ।
/sambad/media/post_attachments/wp-content/uploads/2022/05/Mkg-landmine-udhar-2-225x300.jpg)
ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ବୋମା ଖଞ୍ଜିଥିଲେ।ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ସୁରକ୍ଷାକର୍ମୀ ନକ୍ସଲଙ୍କର ଏହି ଚାଲକୁ ଫସର ଫଟାଇଥିଲେ। ଏହି ଅଂଚଳକୁ ଯବାନ ଘେରିବା ସହ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରୁଥିବା ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Mkg-landmine-udhar-1.jpg)