ବାଙ୍କି: ବାପା କୋଳରୁ  ୧୬ ଦିନର ଶିଶୁପୁତ୍ରକୁ ନେଇ ପଳାଇଲା ମାଙ୍କଡ଼, ଗାଁ  ସାରା ଲୋକେ ଖୋଜୁଛନ୍ତି

ତାଳବସ୍ତ(ବାଙ୍କି) ଆଜି ସକାଳୁ  କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ଘଟିଛି ଏକ ଅଭବନୀୟ ଘଟଣା। ବାପାମାଆଙ୍କ ପାଖରେ ଶୋଇଥିବା ୧୭ ଦିନର ଏକ ଶିଶୁ ପୁତ୍ରକୁ ମାଙ୍କଡ଼  ଉଠାଇ ନେଇଛି। ଏହି ଘଟଣା ଜଣାପଡ଼ିବା ପରେ ଗାଁଟା ସାରା ଲୋକ ଦୀର୍ଘ ୩ ଘଣ୍ଟା ହେଲା ଶିଶୁ ପୁତ୍ରଟିକୁ ଖୋଜୁଥିବା ବେଳେ ଏ ପର୍ଯ୍ୟନ୍ତ ମାଙ୍କଡ଼ କିମ୍ବା ଶିଶୁପୁତ୍ରଟିର କୌଣସି ପତ୍ତା ମିଳି ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ତାଳବସ୍ତ ଗ୍ରାମର ରାମକୃଷ୍ଣ ନାୟକ ଓରଫ କାଠିଆ ନାମକ ଜଣେ ଯୁବକଙ୍କ ପତ୍ନୀ ଗତ ୧୭ ଦିନ ତଳେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଆଜି ସକାଳୁ ଶିଶୁଟିର ମାଆ ବିଛଣାରୁ ଉଠି ଆସିବା ପରେ ଶିଶୁ ପୁତ୍ରଟିର ପାଖରେ ତାଙ୍କ ବାପା  ରାମକୃଷ୍ଣ ଶୋଇଥିଲେ। ତେବେ ଏହି ସମୟରେ ଏକ ମାଙ୍କଡ଼ ଘରେ ପଶି ଶିଶୁ ପୁତ୍ରଟିକୁ ଧରି ନେଇ ପଳାଉଥିବା ଦେଖି  ତାର ମାଆ ପାଟି କରିଥିଲେ। ସମସ୍ତେ ଉଠି ଦେଖିଲା ବେଳକୁ ସେଠାରୁ ମାଙ୍କଡ଼ କେଉଁଆଡ଼େ ଚମ୍ପଟ ମାରିସାରିଥିଲା। ଶିଶୁଟିର ମାଆଙ୍କ ବ୍ୟତୀତ ଅନ୍ୟ କେହି  ଶିଶୁଟିକୁ ମାଙ୍କଡ଼ ନେଇଥିବାର ଦେଖି ନାହାଁନ୍ତିି। ତେଣୁ ପାତି ମାଙ୍କଡ଼ କିମ୍ବା ହନୁମାଙ୍କଡ଼ ଶିଶୁଟିକୁ ନେଇଛି ତାହା ଜଣାପଡ଼ି ନାର୍ହିଁ। ତେବେ ଗାଁ ଲୋକେ ଆଖପାଖ ସବୁ ଅଞ୍ଚଳରେ  ଶିଶୁପୁତ୍ରକୁ ଅପହରଣ କରି ନେଇଥିବା ମାଙ୍କଡ଼ଟିକୁ ଖୋଜୁଛନ୍ତି।

ସମ୍ବନ୍ଧିତ ଖବର