ରାୟଗଡା: ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଦୁଇ ଜଣ ଦିବ୍ୟାଙ୍ଗକୁ ଲ୍ୟାପଟପ ପ୍ରଦାନ କରାଯାଇଛି। ରାୟଗଡା କଲେଜର+ ୩ ଦୂତୀୟ ବର୍ଷର ଦିବ୍ୟାଙ୍ଗ ଛାତ୍ର ଓମ୍ ଶୁଭମ୍ ବେହେରା ଓ ଗୁଣୁପୁର ମହର୍ଷି ଗୁରୁକୁଳ କଲେଜର ଯୁକ୍ତ ତିନି ଛାତ୍ରୀ ଦିବ୍ୟାଙ୍ଗ ଭାଗ୍ୟଶ୍ରୀ ସାହୁଙ୍କୁ ଲ୍ୟାପଟପ ପ୍ରଦାନ କରାଯାଇଛି। ଏହି ଦୁଇ ଛାତ୍ର ଓ ଛାତ୍ରୀ ସ୍ବଳ୍ପ ଦୃଷ୍ଟି ବାଧିତ ଅଟନ୍ତି।ପ୍ରତିବର୍ଷ ପିଲାମାନଙ୍କୁ ସରକାରଙ୍କ ଦ୍ଵାରା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ ପ୍ରଦାନ କରାଯାଏ।ଚଳିତ ବର୍ଷ ଏହି ଦୁଇ ଜଣ ଛାତ୍ର ଓ ଛାତ୍ରୀଙ୍କୁ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ବଧାଦେବ ସିଂ, ଡିଏସଏସଓ ସୁରେନ୍ଦ୍ର ଗୋମାଙ୍ଗ ଓ ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ସମ୍ପାଦକ ଅମରେନ୍ଦ୍ର ନାଥ ଉପୋସ୍ଥିତ ରହିଥିଲେ