୩୨ଶହ ପ୍ରାର୍ଥୀ କଲେ ନାମାଙ୍କନ; ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ

ଜିଲ୍ଲାପରିଷଦ ପାଇଁ କଟକ, ବାଙ୍କୀ ଓ ଆଠଗଡ଼ରେ ୪୭ ପ୍ରାର୍ଥିପତ୍ର,

କଟକ: କଟକରେ ଆଜି ୩୨୦୦ଜଣ ପ୍ରା‌ର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ୪ର୍ଥ ଦିନରେ ଜିଲ୍ଲାପରିଷଦ ଆସନ ପାଇଁ କଟକ ସଦର, ଆଠଗଡ଼ ଓ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪୭ଜଣ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ସରପଞ୍ଚ ୩୩୨, ସମିତି ସଭ୍ୟ ୩୩୪ ଓ ୱାର୍ଡମେମ୍ବର୍‌ ପଦ ପାଇଁ ୨୪୮୭ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଜିଲ୍ଲାପରିଷଦ ଆସନ ପାଇଁ କେବଳ କଟକ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୩୩ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆଠଗଡ଼ ଓ ବାଙ୍କୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୭ଜଣ ଲେଖାଏ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ୧୭ରୁ ୨୧ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲର ସମୟ ଥିବା ବେଳେ ଆସନ୍ତାକାଲି ଶେଷ ଦିନରେ ବହୁ ସଂଖ୍ୟକ ନାମାଙ୍କନ ଦାଖଲ ହେବାର ଆଶା କରାଯାଉଛି। କଟକ ଜିଲ୍ଲାର ୧୪ଟି ବ୍ଲକ୍‌ର ୪୬ଟି ଜିଲ୍ଲାପରିଷଦ ଆସନ, ୩୭୩ଟି ସରପଞ୍ଚ ଓ ୩୭୩ଟି ସମିତିସଭ୍ୟ ଓ ୫୭୦୩ଟି ୱାର୍ଡମେମ୍ବର ପଦ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ବୁଧବାର ନାମାଙ୍କନ ଦାଖଲର ୪ର୍ଥ ଦିନରେ ନିଆଳିରେ ୨୩୦, କଣ୍ଟାପଡ଼ାରେ ୧୨୪, ବାରଙ୍ଗରେ ୧୧୮, ତିଗିରିଆରେ ୧୩୪, ସା‌ଲେପୁର‌ ୩୩୬, ଆଠଗଡ଼ ୨୪୨, ବଡ଼ମ୍ବା ୨୨୦, ନରସିଂହପୁର ୨୬୯ ମାହାଙ୍ଗା ୪୪୧, ଟାଙ୍ଗୀ-ଚୌଦ୍ବାର ୨୧୦, ନିଶ୍ଚିନ୍ତକୋଇଲି ୩୪୧, ବାଙ୍କୀ-ଡମପଡ଼ା ୧୧୫, ବାଙ୍କୀ ୧୫୮, କଟକ ସଦର ୨୧୫ଜଣ ପ୍ରାର୍ଥୀ ବିଭିନ୍ନ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଜିଲ୍ଲାପରିଷଦ ଆସନ ପାଇଁ ୪୭ ଜଣ ପ୍ରାର୍ଥୀ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସେଥିରୁ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡିରୁ ୫, କଂଗ୍ରେସରୁ ୯, ବିଜେପିରୁ ୯, ସ୍ବାଧୀନ ୩ଜଣଙ୍କ ସମେତ କମ୍ୟୁନିଷ୍ଟ ପାର୍ଟିରୁ ଜଣେ, ସିପିଆଇଏମ୍‌ରୁ ୩ଜଣ, ଆପ୍‌ରୁ ଜଣେ, ବିଏଲ୍‌ଓସିରୁ ଜଣେ ଲେଖାଏ ପ୍ରାର୍ଥୀ ତାଙ୍କାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଆଠଗଡ଼ରେ ଆପ୍‌ରୁ ୪ଜଣ, ବିଜେପି ୧, ସ୍ବାଧୀନରୁ ଜଣେ ଓ ସୁପ୍ରିମ୍‌ ଜିରୋ ପାର୍ଟି ଅଫ୍‌ ଭାରତରୁ ଜଣେ ଲେଖାଏ ପ୍ରାର୍ଥୀ ଓ ବାଙ୍କୀରେ ବିଜେଡିରୁ ୩, କଂଗ୍ରେସରୁ ୨ ଓ ଜଣେ ସ୍ବାଧୀନ ଓ ଓଡିଶା ପ୍ରଗତି ଦଳରୁ ଜଣେ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି।

ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଟକ ସଦର ଜୋନ୍‌ ୪ରୁ ବିଜେପି ପ୍ରାର୍ଥୀ ସୁଜାତା ଦାସ, ଜୋନ-୫ରୁ ବିଜେପି ପ୍ରାର୍ଥୀ ନିମାଇଁ ଚରଣ ଦାସ, ଜୋନ୍‌-୬ରୁ କଂଗ୍ରେସ ପ୍ରାର୍ଥୀ ପ୍ରଭାସିନୀ ଦାସ, ସେହି ଆସନରୁ ସ୍ବାଧୀନ ଭାବେ ସବିତା ରାଣୀ ଦାସ, ଜୋନ୍‌-୭ କମ୍ୟୁନିଷ୍ଟ ପାର୍ଟିରୁ ଉର୍ମିଳା ବେହେରା, ଜୋନ-୭ରୁ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଲ୍ଲିକ, କଣ୍ଟାପଡ଼ା ଜେନ-୮ରୁ ବିଜେଡିରୁ ପିୟୁଷ ରଂଜନ ମିଶ୍ର, କଂଗ୍ରେସ ପ୍ରାର୍ଥୀ ନବକିଶୋର ପାତ୍ର, ‌ ଜୋନ-୯ରୁ କଂଗ୍ରେସ ପ୍ରାର୍ଥୀ ଲିପିନା ଭୋଇ, ଟାଙ୍ଗୀ-ଚୌଦ୍ବାର ଜୋନ୍‌-୧୦ରୁ ସିପିଆଇଏମ୍‌ରୁ ମୁକୁନ୍ଦ କୁନିକାଲ, ଜୋନ-୧୧ରୁ ବିଜେପିରୁ ଆର୍ଯ୍ୟବାଳା ସ୍ବାଇଁ, କଂଗ୍ରେସ-ସରସ୍ବତୀ ବେହେରା, ଜୋନ-୧୨ରୁ ସିପିଆଇଏମ୍‌ରୁ ପିତାମ୍ବର ଲେଙ୍କା, ଜୋନ-୧୩ରୁ ସିପିଆଇଏମ୍‌ରୁ ରଶ୍ମୀରଂଜନ ତ୍ରିପାଠୀ, ‌ଉକ୍ତ ଜୋନ୍‌ରୁ ବିଏସ୍‌ପି ପ୍ରାର୍ଥୀ ନବକିଶୋର ଦାସ, କଂଗ୍ରେସ ପ୍ରାର୍ଥୀ ଜ୍ୟୋର୍ତିମୟୀ କର, ନିଆଳି ଜୋନ-୨୦ ବିଜେଡି ପ୍ରାର୍ଥୀ କବିତା କୁମାରୀ ରାଉତ, ଅଲ୍‌ଇଣ୍ଡିଆ ଫରୱାର୍ଡ ପାର୍ଟି-ଝୁନା ଆପଟ, ‌ଆପ୍‌ରୁ ବନିତା ସ୍ବାଇଁ, ନିଆଳି ଜୋନ-୨୧ କଂଗ୍ରେସରୁ ରେଣୁକା ସିଂ, ନିଶ୍ଚିନ୍ତକୋଇଲି ଜେନ୍‌-୨୪ ବିଜେପିରୁ ନିର୍ମଳ ଲେଙ୍କା, ଜୋନ୍‌-୨୫ରୁ ବିଜେପିରୁ ବିବେକାନନ୍ଦ ବେହେରା, ଜୋନ୍‌-୨୭ ବିଜେପିରୁ ଦେବଦତ୍ତ କର, ବାରଙ୍ଗ ଜୋନ-୩୨ରୁ ବିଜେପି ପ୍ରାର୍ଥୀ ନଳିନୀ କୁମାର ରାୟ, ମାହାଙ୍ଗା ଜୋନ-୪୦ ବିଜେଡିରୁ ସସ୍ମିତା ଦାସ, ମାହାଙ୍ଗା ଜୋନ -୪୨ ବିଜେପିରୁ ରଞ୍ଜିତ କୁମାର ସାହୁ, ସ୍ବାଧୀନ ପ୍ରାର୍ଥୀ ଭାବେ ଭାବଗ୍ରାହୀ ରାଉତ, ସାଲେପୁର ଜୋନ-୪୩ରୁ କଂଗ୍ରେସ ପ୍ରାର୍ଥୀ ସୁଜାତା ସାମଲ, ସାଲେପୁର ଜୋନ-୪୪ ବିଜେଡିରୁ ରଞ୍ଜିତା ସେଠୀ, ଜୋନ-୪୫ ବିଜେଡିରୁ ହରପ୍ରସନ୍ନ ବେହେରା, ବ‌ିଜେପିରୁ ରବିନାରାୟଣ ବେହେରା, କଂଗ୍ରେସରୁ ବିଷ୍ଣୁଚରଣ ସେଠୀ, ଜୋନ-୪୬ରୁ ସ୍ବାଧୀନଭାବେ ଝୁନୁବାଳା ସାହୁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସଦର ବିଜେପିର ପ୍ରାର୍ଥୀପତ୍ର ଦାଖଲ ସମୟରେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ମଲ୍ଲିକ୍‌ ଉପସ୍ଥିତ ଥିଲେ। ସେହିପରି ଆଠଗଡ ୧ ନମ୍ବର ଜୋନରୁ ବିଜେପିର ମିନାକ୍ଷୀ ଜେନା , ତିଗିରିଆ ୨ ନମ୍ବର ଜୋନରୁ ସ୍ବାଧୀନ ପ୍ରାର୍ଥୀ ହୃଷିକେଶ ସାହୁ , ନରସିଂହପୁର ୧ ଓ ୪ନମ୍ବର ଜୋନରୁ ଆମ ଆଦମୀ ପାର୍ଟିର ମମତା ସାହୁ, ଅଞ୍ଜନ କୁମାର ସାହୁ , ବଡମ୍ଵା ୧ ଓ ୨ ନମ୍ବର ଜୋନରୁ ଆମ ଆଦମୀ ପାର୍ଟିର ଅନିତା ରାଉତ, ନିରଞ୍ଜନ ପତି, ବଡମ୍ଵା ୨ ନମ୍ବର ଜୋନରୁ ସୁପ୍ରିମ ଜିରୋ ପାର୍ଟି ଅଫ ଭାରତର ସୋନାଲି ମହାନ୍ତି ନାମାଙ୍କନ ଦାଖଲ କରିଛନ୍ତି।

ସେହିପରି ବାଙ୍କୀରେ ୩୫ ନମ୍ବର ଜୋନ ପାଇଁ ବିଜେଡିରୁ ସଞ୍ଜୟ କୁମାର ପାତ୍ର, କଂଗ୍ରେସ ପକ୍ଷରୁ ରମେଶ ସେନାପତି ଏବଂ ସ୍ବାଧୀନ ପ୍ରାର୍ଥୀଭାବେ ସୁଜିତ କୁମାର ନାୟକ ନାମାଙ୍କନ ଦାଖଲ କରିଛନ୍ତି। ୩୬ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀଭାବେ ରଶ୍ମିରଞ୍ଜନ ପଣ୍ତା, ଜୋନ- ୩୭ରୁ ବିଜେଡି ପକ୍ଷରୁ ମିନତୀ ମହାପାତ୍ର ଓ କଂଗ୍ରେସ ପକ୍ଷରୁ କୁନି ପ୍ରଧାନ, ଜୋନ-୩୮ରୁ ଓଡିଶା ପ୍ରଗତି ଦଳ ପକ୍ଷରୁ ଦୀପକ କୁମାର ରାଉତ ନାମାଙ୍କନ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର