ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଅଧିକ ତୀବ୍ର ହୋଇଛି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ଆଜି ଆଇନଜୀବୀମାନେ ସମ୍ବଲପୁରରେ ଜିଲ୍ଲା ଦୌରା ଜଜଙ୍କୁ ଘେରିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ହାଇକୋର୍ଟ ବିଚାରପତି କ’ଣ ନିଷ୍ପତ୍ତି ନେଇଛନ୍ତି ବୋଲି ଆଇନଜୀବୀମାନେ ଜିଲ୍ଲା ଦୌରା ଜଜଙ୍କୁ ପ୍ରଶ୍ନ ପଚାରିଥିଲେ। ଜିଲ୍ଲା ଦୌରା ଜଜ୍ ଏ ସଂପର୍କରେ ହାଇକୋର୍ଟଙ୍କୁ ଅବଗତ କରିଥିବା କହିଥିଲେ।
ସୂଚନାଯୋଗ୍ୟ ଯେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଗତ ୫୦ ଦିନ ହେଲା ସମ୍ବଲପୁରର କୋର୍ଟ କାର୍ଯ୍ୟ ବନ୍ଦ ରହିଛି। ଆଇନଜୀବୀମାନେ ଆନ୍ଦୋଳନ କରୁଥିବା ପରିପ୍ରେକ୍ଷୀରେ ଜନସାଧାରଣ ହଇରାଣ ହରକତ ହେଉଛନ୍ତି। ଆଜି କୋର୍ଟକୁ ଆସିଲା ବେଳେ ଆଇନଜୀବୀମାନେ ଜଜ୍ମାନଙ୍କୁ ଘେରି ଯାଇ ୫୦ ଦିନ ହେବ କୋର୍ଟ କାର୍ଯ୍ୟ ବନ୍ଦ ଥିବା କାରଣରୁ ଛୋଟ ଛୋଟ ମାମଲାରେ ମଧ୍ୟ ଲୋକେ ଜାମିନ୍ ନ ପାଇ ଜେଲରେ ଅଛନ୍ତି। ଏଥିପାଇଁ ଜେଲରେ ମଧ୍ୟ ସ୍ଥାନ ଅଭାବ ଦେଖା ଦେଇଥିବାରୁ ତୁରନ୍ତ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରିବାକୁ ଆଇ ଇନଜୀବୀମାନେ ଜିଲ୍ଲା ଦୌରାଜଜ୍ଙ୍କୁ ଅନୁରୋଧ କରିଥିଲେ। ସେମାନେ ଜଜଙ୍କୁ କହିଥିଲେ ଯେ ହାଇକୋର୍ଟ ବେଞ୍ଚ ନହେବା କାରଣରୁ ସାଧାରଣ ଲୋକେ ଅସୁବିଧା ଭୋଗ କରୁଛନ୍ତି । ତେବେ ଜିଲ୍ଲା ଦୌରା ଜଜ୍ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/sbp-4.jpg)