ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି କରି ଗତ ମାସ ଠାରୁ ମାସ ଶେଷ ଦୁଇ ଦିନ ଧରି ଜୟପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ଏହି କ୍ରମରେ ଆଇନଜୀବୀ ମାନେ ଜିଲ୍ଲା ଦୌରାଜଜ୍ କୋର୍ଟ ସହ ସହରରେ ଥିବା ୨୦ଟି କୋର୍ଟରେ କୌଣସି ଆଇନଜୀବୀ ଆଜି କାର୍ଯ୍ୟରେ ଯୋଗ ଦେଇ ନଥିଲେ। ଗତ ମାସର ସଂଘର ସାଧାରଣ ପରିଷଦ ବୈଠକର ନିଷ୍ପତି ଅନୁଯାୟୀ ଆଜି ଓ ଆସନ୍ତାକାଲି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ସଂଘର ସଭାପତି ସରୋଜ ଦାଶ। ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମସ୍ତଙ୍କ ଘର ନିକଟରେ ନ୍ୟାୟ ପହଚାଂଇବା ଯୋଜନା ଉପରେ ଯୋଜନା କରୁଛନ୍ତି ।
ତେବେ ପ୍ରକୃତରେ ଅଭିବକ୍ତ କୋରାପୁଟ ଜିଲ୍ଲାପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି। ଏଠାରେ ଗରିବ ତଥା ୫ମ ଅଧିସୂଚିତ ତଥା ଗରିବ , ନିଷ୍ପେଷିତ , ଅନୁସୂଚିତ ଜନଜାତି ,ଅନୁସୂଚିତ ଜାତି ଲୋକେ ବସ ବାସ କରୁଛନ୍ତି। ସେମାନଙ୍କ ପାଇଁ କେହି ଚିନ୍ତା କରୁନାହାନ୍ତି। କିନ୍ତୁ ସେମାନଙ୍କ ନିକଟରେ ହାଇକୋର୍ଟର ସେବା ପହଚଂଇବା ପାଇଁ ଆଇନଜୀବୀ ମାନେ ଆନ୍ଦୋଳନ କରୁଛନ୍ତି ବୋଲି କହିଛନ୍ତି ସଂଘ ସଂପାଦକ ଆନନ୍ଦ ରଥ, ଉପସଭାପତି ଗିରିଧର ଖରା, ଆଇନଜୀବୀ ଆରତୀ ମହାନ୍ତି, ଦାଶରଥୀ ପଟ୍ଟନାୟକ, ସହଦେବ ପଟ୍ଟନାୟକ, ଶରତ କୁମାର ମାଝୀ, ପ୍ରଶାନ୍ତ ତ୍ରିପାଠୀ, ରବିନ୍ଦ୍ର କୁମାର ପାତ୍ର, ହରିଶ୍ଚନ୍ଦ୍ର ମୁଦୁଲି, କେ.ଦିବାକର ରାଓ, ଶିବ ପାଢ଼ୀ, କେ.ଦିବାକର ରାଓ, ପି.ସନ୍ୟାସୀ ରାଓ, ଅନୁପ ପାତ୍ର, ଗୁପ୍ତ ବିଶୋଇ, ଡି.ଶେଷଗିରୀ ରାଓ, ରାଜେନ୍ଦ୍ର ସାନ୍ତ୍ରା, ସୁନିଲ ସାହୁ ।
ପୂର୍ବରୁ ୨୦୦୮ମସିହାରୁ ଏହି ଆନ୍ଦୋଳନ ଚାଲି ଆସିଥିବା ବେଳେ ଗତ ୨୦୧୯ରୁ ୨ବର୍ଷ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। କୋରନା ମହାମାରୀ ଯୋଗୁଁ ଆନ୍ଦୋଳନକୁ ବନ୍ଦ କରାଯାଇଥିଲା। ଅଭିବକ୍ତ କୋରାପୁଟ ଜିଲ୍ଲା ଅଧିବକ୍ତା କ୍ରିୟାନୁଷ୍ଠାନ କମିଟିରେ ଆଲୋଚନା ହେବା ପର୍ଯ୍ୟନ୍ତ ଜୟପୁର ଜିଲ୍ଲା ଓକିଲ ସଂଘ ମାସକର ଶେଷ ଦୁଇ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀ ରଖିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/jpr-high-court-bench-1st-day-1.jpg)