ଆସନ୍ତା ତିନିଦିନ ଜିଲ୍ଲାର କୋର୍ଟ ବନ୍ଦ ଡାକରା ଦେଲେ ଓକିଲ ସଂଘ

ମାଲକାନଗିରି: ଆଜି ମାଲକାନଗିରି ଓକିଲ ସଂଘ ସଭାଗୃହରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ୧୦୦ରୁ ଉର୍ଦ୍ଧ୍ବ ଆଇନଜୀବୀ ଉପସ୍ଥିତ ଥିଲେ। ଗତ ୧୩ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମେଗା ଆଇନ ସେବା କ୍ୟାମ୍ପ ହୋଇଥିଲା। ଏଥିରେ ଜଣେ ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁକୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକଙ୍କୁ ନ ଡାକିବା ପାଇଁ ଜିଲ୍ଲା ଜର୍ଜ ଓ ଦିଏଲଏସଏ ସେକ୍ରେଟାରୀଙ୍କୁ ଅବଗତ କରାଯାଇଥିଲା। କାରଣ ଉକ୍ତ ଅଧ୍ୟାପକ ଓକିଲ ସମାଜକୁ ବିଭିନ୍ନ ପ୍ରକାର ଅପମାନ କରିବା ଯୋଗୁ ତାଙ୍କୁ ଜୁଡ଼ିସିଆଲର କୌଣସି ପ୍ରୋଗ୍ରାମକୁ ନ ଡାକିବାକୁ ଲିଖିତ ଦିଆଯାଇଥିଲା। ତା ସତ୍ୱେ ମଧ୍ୟ ତାଙ୍କୁ ସେଠାକୁ ଡକା ଯାଇଥିଲା। ତାଙ୍କୁ ପୋଗ୍ରାମରୁ ବାହାର କରିବାକୁ ଓକିଲ ଅଡ଼ି ବସିଥିଲେ। ତାଙ୍କୁ ବାହାର କରା ନଗଲେ କାର୍ଯ୍ୟକ୍ରମ କରାଇ ନଦେବା ପାଇଁ ଓକିଲ ସଂଘ ଅଡ଼ି ବସିଥିଲା। ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଆସିଥିଲେ। ତାଙ୍କୁ ଅନୁରୋଧ କରାଯାଇଥିଲା ଯେ ଅଧ୍ୟାପକ ନ ବାହାରିଲେ କାର୍ଯ୍ୟକ୍ରମକୁ କାହାରିକୁ ଛାଡ଼ିବୁ ନାହିଁ।ସେ ଜୋର ଜବରଦସ୍ତି ଯିବାକୁ ଚାହୁଁଥିବା ବେଳେ ଓକିଲ ମାନେ ଅଟକାଇଥିଲେ। ସେ ମଧ୍ୟ ଓକିଲଙ୍କ ଅନୁରୋଧରେ କାର୍ଯ୍ୟକ୍ରମକୁ ଯାଇ ନଥିଲେ। ଏହା ପରେ ଆଜି ଓକିଲ ସଂଘ ତରଫରୁ ଆୟୋଜିତ ବୈଠକରେ ଜିଲ୍ଲା ଜର୍ଜଙ୍କ କାର୍ଯ୍ୟକଳାପକୁ ବିରୋଧ କରାଯାଇଥିଲା।

ପୁର୍ବରୁ ଯେତେ ଜର୍ଜ ଆସୁଥିଲେ ଓକିଲ ସଂଘକୁ ନିଜ ପରିବାର ଭାବୁଥିଲେ। କିନ୍ତୁ ବର୍ତ୍ତମାନ ଜିଲ୍ଲା ଜର୍ଜ ଓକିଲ ମାନଙ୍କୁ ଆସିବା ଦିନ ଠାରୁ ଓକିଲ ମାନଙ୍କୁ ଘୃଣା କରିବା ସହ ବିଭିନ୍ନ ଓକିଲଙ୍କୁ ଅନ୍ୟ ଓକିଲ ବିରୋଧରେ ଉସୁକାଉଥିବା ନେଇ ସଙ୍ଘ ଗର୍ଜିଥିଲେ। ଓକିଲ ସଂଘକୁ ଭାଙ୍ଗି ଆହୁରି ସଂଘ କରିବା ନେଇ ମଧ୍ୟ କହୁଥିବାରୁ ବୈଠକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି ବ୍ୟବହାର କରିବା ପରେ ଓକିଲ ମାନେ ନିରବ ରହି ଯେତେ ମିଳିମିଶି ରହିବାକୁ ଚେଷ୍ଟା କଲେବି ସେ କିନ୍ତୁ ଓକିଲଙ୍କୁ ଚ୍ୟାଲେଞ୍ଜ କରି ଉକ୍ତ ପୋଗ୍ରାମରେ ଓକିଲ ମନା କରିବା ପରେ ବି ଉକ୍ତ ଅଧ୍ୟାପକଙ୍କୁ ଡାକିଥିଲେ। ତେଣୁ ତାଙ୍କର ବଦଳି ଦାବି କରି ଓକିଲ ସଂଘ ତିନିଦିନ ସମସ୍ତ କୋର୍ଟ ଜିଲ୍ଲାର ବନ୍ଦ ଡାକରା ଦେଇଛି। ଯଦି ବଦଳି ନ ହୁଏ ତେବେ ଆଗାମୀ ଦିନରେ କେବଳ ଜିଲ୍ଲା କୋର୍ଟ ବନ୍ଦ କରାଯିବ। ଏହାସହ ଏକ ଟିମ ଆସନ୍ତା କାଲି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବେ ଅତିରିକ୍ତ ଜିଲ୍ଲାପାଳଙ୍କ ବିଷୟରେ ଆଲୋଚନା କରିବେ ବୋଲି ନିଷ୍ପତି ନିଆଯାଇଛି ବୋଲି ଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର