ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଂଚଳର ହେପାଟୋଲା ଜଂଗଲରେ ମଙ୍ଗଳବାର ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ୨୯ ଜଣ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଥିଲା।ତେବେ ଏହି ଅପରେସନକୁ ସଫଳ କରିବାରେ ପୁଲିସ ବିଭାଗରଏନକାଉଣ୍ଟର ସ୍ପେଶାଲିଷ୍ଟ ଲକ୍ଷ୍ମଣ କେୱଟ ବୋଲି ଜଣାପଡ଼ିଛି। ପୁଲିସ ଯେତେବେଳେ ହେପାଟୋଲା ଜଂଗଲରେ ନକ୍ସଲ ଏକତ୍ରିତ ହୋଇଥିବା ଖବର ପାଇଥିଲା, ତୁରନ୍ତ ଲକ୍ଷ୍ମଣଙ୍କୁ ଡାକରା ହୋଇଥିଲା। ସେ ଏହି ଅପରେସନର ନେତୃତ୍ବ ନେଇଥିଲେ। ନକ୍ସଲଙ୍କ ସେମାନଙ୍କ ଗଡ଼ରେ ହିଁ ଧୂଳି ଚଟାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।

Advertisment

ସକାଳୁ ଡିଆରଜି ଯବାନ ସହ ବିଏସଏଫର ଯବାନ ଜଂଗଲରେ ପଶିଥିଲେ। ଯୋଜନା ମୁତାବକ ନକ୍ସଲ କ୍ୟାମ୍ପକୁ ଯବାନ ଘେରିଯାଇଥିଲେ। ନକ୍ସଲଙ୍କୁ ଅବଗତ କରାଇବା ପାଇଁ ପ୍ରଥମେ ବାଣ ଫୁଟାଇଥିଲେ। ନକ୍ସଲ ବାଣ ଫୁଟାଇବାର ଶଦ୍ଦ ଶୁଣିବା ପରେ ସତର୍କ ହୋଇଯାଇଥିଲେ। ସେମାନେ ଜାଣିଯାଇଥିଲେ ଯେ ସେମାନେ ପୁଲିସ ଆମ୍ବୁସରେ ଫସିଯାଇଛନ୍ତି। ଜୀବନ ବଞ୍ଚାଇବା ପାଇଁ ଯବାନଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ତେବେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ନକ୍ସଲ ଉପରେ ଆକ୍ରମଣ ବେଳେ ଦିନ ଦ୍ବିପହର ହୋଇଥିଲା। ଯେଉଁ ଜଂଗଲରେ ନକ୍ସଲ ରହିଥିଲେ ଘଂଚ ଜଂଗଲ ନଥିବାରୁ ସହଜରେ ଆମ୍ବୁସରେ ଫସିଥିଲେ।

publive-image

ତେବେ ନକ୍ସଲଙ୍କ ଗୁଳିରେ ମଧ୍ୟ କିଛି ଯବାନ ଆହତ ହୋଇଥିଲେ। କିନ୍ତୁ ନକ୍ସଲ ଯବାନଙ୍କ ସହ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ଲଢେଇ କରିଥିଲେ। ଲକ୍ଷ୍ମଣଙ୍କ ଯୋଜନା ମୁତାବକ ସମସ୍ତ ଯବାନ କାମ କରୁଥିଲେ। ନିଜର ବିଚକ୍ଷଣ ବୁଦ୍ଧି ଏବଂ ପୂର୍ବରୁ ନକ୍ସଲ ଦମନରେ ସଫଳତା ତାଂକୁ ଏହି ସଫଳତା ପାଇବାରେ ସହଯୋଗ କରିଥିଲା। ଯେପରି କୌଣସି ଜଣେ ଯବାନଙ୍କର ମୃତ୍ୟ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଥିଲା। କିପରି ଯବାନ ନକ୍ସଲକୁ ମୁକାବିଲା କରୁଥିଲେ ତାହାର ଭିଡିଓ ମଧ୍ୟ ଏବେ ଭାଇରାଲ ହୋଇଛି।ପଛର ଯବାନ ଆଗରେ ଯାଉଥିବା ଯବାନଙ୍କୁ ଯେପରି କୌଣସି କ୍ଷତି ନପହଞ୍ଚେ ସେଥିପ୍ରତି ଦୃଷ୍ଟି ଦେବାକୁ ଭିଡିଓରେ କମାଣ୍ଡର ପାଟି କରୁଥିବା ଶୁଣିବାକୁ ମିଳିଥିଲା। ଗୁଳି ଶଦ୍ଦରେ ଜଂଗର ପ୍ରକମ୍ପିତ ହୋଇ ଉଠୁଥିଲା।

କେନ୍ଦ୍ରୀୟ କମିଟିର ସଦସ୍ୟ ଶଂକର ରାଓଙ୍କ ସମେତ ୨୯ ଜଣ କ୍ୟାଡର ନକ୍ସଲ ନିହତ ହୋଇଛନ୍ତି, ଯାହାକି ଛତିଶଗଡ଼ ପୁଲିସ ପାଇଁ ସବୁଠାରୁ ବଡ଼ ଅପରେସନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଛତିଶଗଡ଼ରେ ଏହି ସଫଳତା ପରେ ଲକ୍ଷ୍ମଣଙ୍କ ଜୟଗାନ ହେଉଛି। କୌଣସି ଜଣେ ବି ଯବାନଙ୍କ ଜୀବନ ହାନି ହୋଇନଥିବାରୁ ଲକ୍ଷ୍ମଣଙ୍କ ସମସ୍ତ ପ୍ଲାନକୁ ପ୍ରଶଂସା କରାଯାଉଛି। ଏବେ ସୁଦ୍ଧା ଲକ୍ଷ୍ମଣ ୪୫ ଜଣ ନକ୍ସଲଙ୍କୁ ମାରି ସାରିଥିବା ବେଳେ ୭ଟି ରାଷ୍ଟ୍ରପତି ପଦକ ମଧ୍ୟ ହାସଲ କରିସାରିଲେଣି। ଆଗକୁ ସେ ବଞ୍ଚିଥିବା ପର୍ଯ୍ୟନ୍ତ ନକ୍ସଲଙ୍କୁ ଦମନ କରିବାରେ ଏମିତି ଲାଗି ରହିଥିବେ ବୋଲି କହିଥିଲେ।