ରାୟଗଡ଼ା: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲକ୍ଷ୍ମୀ ବସ୍ରେ ଯାତ୍ରା କରୁଥିବା ଯାତ୍ରୀମାନେ। ବସ୍ଟି ରାୟଗଡ଼ାର ଭ୍ୟୁ-ପଏଣ୍ଟ ଘାଟି ରାସ୍ତା ବୁଲାଣି ଅତିକ୍ରମ କରୁଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ବସଟି ଘାଟି ଚଢ଼ିନପାରି ତଳକୁ ଖସିବାକୁ ଲାଗିଲା। ତେବେ ହଠାତ ଡ୍ରାଇଭର ବ୍ରେକ ମାରି ବସଟିକୁ ଘାଟି ରାସ୍ତା ତଳକୁ ଯିବା ଆଗରୁ ରଖି ଦେଇଥିଲେ, ଯାହାକୁ ନେଇ ବସ୍ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ। ଯଦି ବସଟି ରାସ୍ତାକଡ଼ରୁ ତଳକୁ ଖସିଥାନ୍ତା, ତାହା ହେଲେ ୨୦୦ଫୁଟ ତଳକୁ ଖସି ପଡିଥାନ୍ତା ଏବଂ ଏକ ବଡ଼ ଦୁର୍ଘଟଣା ଘଟି ଯାଇଥାନ୍ତା।
ବସ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଘାଟି ଉପରେ ହିଁ ବସରୁ ଓହ୍ଲାଇ ପଡ଼ିଥିଲେ। ପରେ ବସ୍ ଡ୍ରାଇଭର ଯାତ୍ରୀ ଓହ୍ଲାଇବା ପରେ ଧୀରେଧୀରେ ଗାଡ଼ିକୁ ରାସ୍ତା ତଳକୁ ଆଣିବା ପରେ ଯାତ୍ରୀମାନେ ବସ୍ରେ ବସି ରାୟଗଡ଼ା ଫେରିଥିଲେ। ପ୍ରତିଦିନ ଭଳି ଆଜି ସକାଳେ ରାୟଗଡା ଜିଲ୍ଲା ସଦର ବ୍ଲକ ଦୁର୍ଗାପାଡୁ ଠାରୁ ରାୟଗଡା ଅଭିମୁଖେ ଲକ୍ଷ୍ମୀ ବସ ଆସୁଥିଲା। ବସ୍ରେ ୩୦ରୁ ଅଧିକ ଯାତ୍ରୀ ରହିଥିବା ନେଇ ବସରେ ବସିଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି।