ଆସିକା: ଗଂଜାମ ଜିଲ୍ଲା ଆସିକା ଏନଏସି ଅନ୍ତର୍ଗତ ୧୭ନମ୍ବର ୱାର୍ଡ ପାକେଲାପଲ୍ଲୀର ଲକ୍ଷ୍ମୀକାନ୍ତ ପରିଡାଙ୍କୁ ଆଜି ଅପରାହ୍ନରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଗ୍ରାମରେ ପହଞ୍ଚି ସମ୍ବର୍ଦ୍ଧିତ କରିଛନ୍ତି। ପାକେଲାପଲ୍ଲୀର ମଧୁସୂଦନ ପରିଡା ଓ ରୀନା ରାଣୀ ବିଶୋଇଙ୍କ ଜ୍ୟେଷ୍ଠ ପୁତ୍ର ଲାକ୍ଷ୍ମୀକାନ୍ତ ଚଳିତ ବର୍ଷ ନିଟ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ୧୪୮୨ ର୍ୟାଙ୍କ ହାସଲ କରି ଡାକ୍ତରୀ ପଢିବା ପାଇଁ ଯୋଗ୍ୟ ହୋଇଛନ୍ତି।
୧୮ ବାର୍ଷୀୟ ଲାଷ୍ମୀକାନ୍ତ ପ୍ରଥମ ଉଦ୍ୟମରେ ଏହି ସଫଳତା ପାଇଛନ୍ତି। ଆସିକା ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରରୁ ୯୪ପ୍ରତିଶତ ମାର୍କ ରଖି ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବା ପରେ ବ୍ରହ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ୯୧ପ୍ରତିଶତ ମାର୍କ ରଖି +୨ ରୁ ଉତ୍ତୀର୍ଣ୍ଣ ହୋଇଥିଲା। ଏହା ପରେ ସେ ନାଇଜର ପ୍ରବେଶିକା ପରୀକ୍ଷା ଦେଇ ସର୍ବ ଭାରତୀୟ ସ୍ତରରେ ୫୪୪ ର୍ୟାଙ୍କ ହାସଲ କରିଥିଲେ। କିନ୍ତୁ ଡାକ୍ତର ହେବାକୁ ଲକ୍ଷ ରଖିଥିବା ଲଷ୍ମୀକାନ୍ତ ନାଇଜର ଛାଡ଼ି ମେଡିକାଲ ପ୍ରବେଶିକା ପାଇଁ ଉଦ୍ୟମ କରି ଏହି ସଫଳତାର ଅଧିକାରୀ ହୋଇପାରିଛନ୍ତି।
ଲାଷ୍ମୀକାନ୍ତଙ୍କ ବାପା ଜଣେ ଖୁଦ୍ର ବ୍ୟବସାୟୀ ଓ ମା ଜଣେ ଅଙ୍ଗନବାଡି କର୍ମୀ। ଏଭଳି ସ୍ଥିତିରେ ନିଜ ପୁଅକୁ ଅତି କଷ୍ଟ ସହିତ ସଫଳ କରିବା ପାଇଁ ଉଦ୍ୟମ କରୁଛନ୍ତି। ଆଜି ପୂର୍ବତନ ବ୍ଲକ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ବିଜେଡି ଜୋନ ସଭାପତି ନଚିକେତା ସ୍ୱାଇଁ ବସ ମାଲିକ ସଙ୍ଘ ସମ୍ପାଦକ ସନ୍ତୋଷ ପଲାଇ, ବରଗାଁ ସମିଟିସଭ୍ୟ ଶିବ ନାହାକଙ୍କ ସହିତ ଗ୍ରାମର ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/be0b5ed7-c9b2-4ada-a27d-72f0ff151f95.jpg)