ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ: କଡା ମୁକାବିଲାରେ ବିଜେଡିର ବାଜିମାତ୍‌,୨୨୯ଖଣ୍ଡ ଭୋରେ କଂଗ୍ରେସ ପରାସ୍ତ

ପରାଜୟକୁ ଗ୍ରହଣ କରିନପାରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍‌ ହେଲେ କୈଳାଶ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଫଳାଫଳ ଗୁରୁବାର ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଥିବା ବେଳେ ସମର୍ଥକଙ୍କ ମନରେ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ଉତ୍କଣ୍ଠା ଭିତରେ ରହିଯାଇଥିଲାା ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାତାଙ୍କ ଭୋଟ ୩୨ ରାଉଣ୍ଡରେ ଗଣତି ସମାପ୍ତ କରାଯାଇଥିବା ବେଳେ ଶେଷ ରାଉଣ୍ଡ ପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ଟକ୍କର ରହିଥିଲା କିନ୍ତୁ ଶେଷରେ କଂଗ୍ରେସର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କୁ ୨୨୯ ଖଣ୍ଡ ଭୋଟରେ ପରାସ୍ତ କରି ବିଜେଡିର ପ୍ରଭୁଜାନି ବିଜୟୀ ହୋଇଛନ୍ତିା

ପ୍ରଥମ କରି ଦଶମନ୍ତପୁର ବ୍ଲକର ଜଣେ ପ୍ରାର୍ଥୀ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ହୋଇ ସେ ଇତିହାସକୁ ଦୋହରାଇଛନ୍ତିା ଗତ ୫ଟି ନିର୍ବାଚନକୁ ମଧ୍ୟ ଦୃଷ୍ଠିରେ ରଖାଗଲେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଜଣେ ହେଲେ ବିଧାୟକ କ୍ରମାଗତ ଭାବେ ବିଜୟୀ ହୋଇନଥିବା ବେଳେ କୌଣସି ଦଳ ମଧ୍ୟ କ୍ରମାଗତ ଭାବେ ଦ୍ୱିତୀୟ ଥର ସକାଶେ ଏହି ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇନାହାନ୍ତିା ଏଥିରୁ ସଂପୂର୍ଣ୍ଣ ଭାବେ ଜଣାପଡିଛି କି ଏଠାକାର ଭୋଟର ସବୁବେଳେ ପରିବର୍ତ୍ତନ ହିଁ ଚାହିଁଛନ୍ତିିା ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀର ଫଳାଫଳ ଘୋଷଣା ହୋଇପାରିନଥିବା ବେଳେ ୩୧ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ମାତ୍ର ୧୫ ଖଣ୍ଡ ଭୋଟରେ ଆଗୁଆ ରହିଥିଲା। ଶେଷ ରାଉଣ୍ଡରେ ମଧ୍ୟ ମାତ୍ର ୮୯ ଭୋଟରେ ଆଗୁଆ ରହିଥିଲା ବିଜେଡିା ଶେଷ ରାଉଣ୍ଡ ସରିବା ପରେ ମଧ୍ୟ ସମର୍ଥକ ବିଜୟୀ ଉତ୍ସବ ପାଳନ କରିବା ପୁର୍ବରୁ ଗୋଟିଏ ବୁଥ୍‌ର ଭିଭିପ୍ୟାଟ କାମ କରୁନଥିବା କାରଣରୁ ପୁଣି ବାଲାଟ୍‌ ଗଣାଯିବ ବୋଲି ଜଣାପଡିବାପରେ ପୁଣି ବିଜେଡି କର୍ମୀ ନିରାଶ ହୋଇଥିଲୋ ରାତି ପ୍ରାୟ ସାଢେ ଗୋଟାଏ ସମୟରେ ବାଲାଟ୍‌ ଗଣତି ଶେଷ ହେବା ପରେ ସରକାରୀ ଭାବେ କୌଣସି ରିପୋର୍ଟ ନଆସିଥିଲେ ମଧ୍ୟ ଏଜେଣ୍ଟ ମାନେ ଉକ୍ତ ବୁଥ୍‌ରେ ଆଗେଇବା ପ୍ରକାଶ କରିବା ସହ ପ୍ରାୟ ୨୦୦ ଭୋଟରେ ବିଜୟୀ ହୋଇଛୁ ବୋଲି କହିବା ପରେ ବିଜେଡି କର୍ମୀ ଓ ପ୍ରାର୍ଥୀ ଉଲ୍ଲାସ ହେବା ସହ ଡିଏଭି କଲେଜ୍‌ ପଡିଆରୁ ଶୋଭାଯାତ୍ରା କରି ଫେରିଥିଲୋ

ସେପଟେ ଏତେ କମ୍‌ ସଂଖ୍ୟକ ଭୋଟରେ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କଂଗ୍ରେସ କର୍ମୀା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ରିପୋର୍ଟ ମୁତାବକ ୧ ଲକ୍ଷ ୩୨ ହଜାର ୮୭୮ ଜଣ ମତ୍ତ ସାବ୍ୟସ୍ତ କରିଥିବା ବେଳେ ବିଏସପିର ଅନିତା ସଗରିଆ ୧୨୨୫୧, ବିଜେପିର କୁମୁଦ ସାଉଁନ୍ତା ୧୮୯୪୫, କଂଗ୍ରେସର କୈଳାଶ ଚନ୍ଦ୍ର କୁଲସିକା ୪୪୯୮୨, ବିଜେଡିର ପ୍ରଭୁ ଜାନି ୪୫୨୧୧ ଓ  ପୂର୍ଣ୍ଣ ମାଣ୍ଡିଙ୍ଗା ୪୩୭୦ ଭୋଟ ପାଇଥିବା ବେଳେ ନୋଟାରେ ୭୦୨୬ ଖଣ୍ଡ ଭୋଟ ଆସିଥିଲାା

ମାତ୍ର ୨୨୯ ଖଣ୍ଡ ଭୋଟରେ କଂଗ୍ରେସ ପ୍ରାର୍ଥୀ ପରାଜୟ ହୋଇଥିବା ବେଳେ ଉଭୟ କଂଗ୍ରେସ ଓ ବିଜେଡି ମଧ୍ୟରେ ଏକ ସଂଘର୍ଷପୁର୍ଣ ମୁକାବିଲା ହୋଇଥିଲାା ଏହି ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ୨୩ ହଜାରରୁ ଅଧିକ ଭୋଟରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୨୦୦୯ ପରେ ପୁଣି ଗଡ ରକ୍ଷାକରିବାକୁ ସମର୍ଥ ହୋଇଛି ବିଜେଡିା ଅନ୍ୟ ପକ୍ଷରେ ସରକାରଙ୍କ ରିପୋର୍ଟ ଅନୁଯାୟୀ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ୧୩୧ ହଜାର ୭୪୭ ଜଣ ଭୋଟର ସିଧାସଳଖ ମତଦାନ କରିଥିବା ବେଳେ ୪୦୮ ଖଣ୍ଡ ଭୋଟ ପୋଷ୍ଟାଲ୍‌ ଭୋଟ ଭାବେ ଆସିଥିଲା, ଯାହାକି ସମୁଦାୟ ୧ ଲକ୍ଷ ୩୨ ହଜାର ୧୫୫ ଜଣ ଭୋଟର ମତଦାନ କରିଥିଲେ କିନ୍ତୁ ଗଣତି ସମୟରେ କେମିତି ୧ ଲକ୍ଷ ୩୨ ହଜାର ୮୭୮ ଜଣଙ୍କର ଭୋଟ ଗଣତି କରାଯାଇଛି ଓ ୭୨୩ ଭୋଟ କୁଆଡୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି କୈଳାଶ ଚନ୍ଦ୍ର କୁଲେସିକାା ଏନେଇ ସେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପୁନହ ଗଣତି ପାଇଁ ଆବେଦନ କରିଥିବା ପ୍ରକାଶ କରିଥିବା ବେଳେ ଏହାକୁ ଗ୍ରହଣ ନକଲେ କୋର୍ଟରେ ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତିା

ସମ୍ବନ୍ଧିତ ଖବର