ଅବ୍ୟବସ୍ଥାରେ ଲକ୍ଷ୍ମୀପୁର ଡାକ୍ତରଖାନା, କାମକୁ ନୁହଁ ନାମକୁ ମାତ୍ର ରୋଗୀ କଲ୍ୟାଣ ସମିତି ବୈଠକ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଡାକ୍ତରଖାନା ଉପରେ ବନ୍ଧୁଗାଁ ନାରାୟଣପାଟଣା ସମେତ ଲକ୍ଷ୍ମୀପୁର ବ୍ଲକର ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରିଥାନ୍ତିା ରାୟଗଡା ଠାରୁ କୋରାପୁଟ ଜାତୀୟ ରାଜପଥ ହେବା ପରେ ନିୟମିତ ଭାବେ ଦୁର୍ଘଟଣା ବଢୁଥିବା ବେଳେ ଡାକ୍ତରଖାନାରେ ଡାକ୍ତରଙ୍କ ବଡ ସମସ୍ୟା ଦେଖାଯାଇଛି। ଏପରିକି ଦୀର୍ଘ ଦିନ ହେଲା ଏକ୍ସରେ ମେସିନ୍‌ ସକାଶେ ଦାବି କରାଯାଇଥିବା ବେଳେ ବର୍ତ୍ତମାନ ଏକ୍ସରେ ମେସିନ୍‌ ଆସିଛି। ହେଲେ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏକ୍ସରେ ଅପରେଟର କେବେ ଆସିବେ ଓ ଅଞ୍ଚଳର ଲୋକେ ଏଥିରୁ କେବେ ଉପକୃତ ହେବେ ତାହା ସବୁଠାରୁ ବଡପ୍ରଶ୍ନ ହୋଇ ଠିଆହୋଇଛିା

ଡାକ୍ତରଖାନାରେ ନାମକୁ ମାତ୍ର ଡ୍ୟୁଟି ଚାର୍ଟ ଟଙ୍ଗା ଯାଇଥିବା ବେଳେ ଅଧିକାଂଶ ସମୟରେ ଷ୍ଟାଫ ନର୍ସ ଠାରୁ ଆରମ୍ଭ କରି ପିଅନ ଡାକ୍ତରମାନଙ୍କୁ ଜରୁରୀକାଳିନ ସମୟରେ ନଡାକିବା ପର୍ଯ୍ୟନ୍ତ ଆସନ୍ତି ନାହିଁ ବୋଲି ଅନେକ ରୋଗୀ ଅଭିଯୋଗ କରିଥାନ୍ତିା ବଡବଡିଆଙ୍କ ଭ୍ରମଣ ସମୟରେ ଡାକ୍ତରଖାନା ଚକାଚକ୍‌ ରହୁଥିବା ବେଳେ ଅନ୍ୟ ସମୟରେ ତାହା ହେଉନାହିଁ ବୋଲି ମଧ୍ୟ ରୋଗୀ ଅଭିଯୋଗ କରିଛନ୍ତିା ଅନେକ ବର୍ଷ ହେଲା ରନ୍ଧାଖାଦ୍ୟ ବନ୍ଦ ହୋଇଯାଇଥିବା କାରଣରୁ ଏବେ ସୁଖାଖାଦ୍ୟରେ ଚଳାଇ ଦିଆଯାଉଛିା ରୋଗୀଙ୍କ ସକାଶେ ମାଗଣାରେ ଔଷଧ ବଣ୍ଟନ କରାଯାଉଛି। ହେଲେ ସଂମ୍ପୁର୍ଣ ଡୋଜ୍‌ ସମାପ୍ତ ହେବା ପରେ ମଧ୍ୟ ରୋଗ ଭଲ ହେଉନଥିବା ବେଳେ ବାଧ୍ୟ ହୋଇ ଶେଷରେ ଔଷଧ ଦୋକାନରୁ କିଣିକି ଖାଇବା ପରେ ସୁସ୍ଥ ହେଉଥିବା ଅଭିଯୋଗ ହେଉଥିବା ବେଳେ ଡାକ୍ତରଖାନାର ଔଷଧ ନିମ୍ନମାନର କି ବୋଲି ଏବେ ଅନେକ ପ୍ରଶ୍ନ ଉଠାଇଛନ୍ତିା

ସାମାନ୍ୟ ଜ୍ୱର ମୁଣ୍ଡବ୍ୟଥା କାଶ ଭଳି ରୋଗ ମଧ୍ୟ ଡାକ୍ତରଖାନାର ଔଷଧରେ ଭଲ ହେଉନଥିବା କାରଣ କଣ ବୋଲି ଅନେକ ପ୍ରଶ୍ନ କରିଛନ୍ତିା ୩୦ ଶଯ୍ୟା ବିଶିଷ୍ଠ ଏହି ଡାକ୍ତରଖାନାକୁ ସବଡିଭନାଲ୍‌ ଡାକ୍ତରଖାନାର ମାନ୍ୟତା ପାଇଁ ଦାବି କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ହୋଇପାରୁନାହିଁ। ଏପରିକି ସାଢେ ୩କୋଟି ଟଙ୍କା ଡାକ୍ତରଖାନାର ଉନ୍ନତି ସକାଶେ ଆସିଛି ବୋଲି କୁହାଯାଇଛି କିନ୍ତୁ ତାହା କେବେ କାର୍ଯ୍ୟ ଆରମ୍ଭ ହେବ ଓ ଏଥିପାଇଁ କଣ ପ୍ରକ୍ରିୟା ଆରମ୍ଭ ହୋଇଛି ତାହାବି କେହି କିଛି କହିପାରୁନାହାଁନ୍ତିା ନିୟମିତ ରୋଗୀକଲ୍ୟାଣ ସମିତି ବୈଠକ ହେବା କଥା କିନ୍ତୁ ତାହାବି ନିର୍ଧାରିତ ସମୟରେ ହୋଇପାରୁନାହିଁ। ବିଧାୟକ ପ୍ରଭୁଜାନିଙ୍କ ସମେତ ଶାସକ ଦଳର କିଛି ନେତାଙ୍କୁ ନେଇ ରୋଗୀ କଲ୍ୟାଣ ସମିତି କରାଯାଇଥିବା ବେଳେ ରୋଗୀ କଲ୍ୟାଣ ସମିତି ପୁର୍ନ ଗଠନ ସକାଶେ ବାରମ୍ବାର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉନାହିଁ ବୋଲି ରୋଗୀ କଲ୍ୟାଣ ସମିତିର ସଭ୍ୟ ମାନେ ହିଁ ଅଭିଯୋଗ କରିଛନ୍ତିା

ବୈଠକ ଚାଲିଥିବା ବେଳେ ବୁଧବାର କିଛି ଶାସକ ଦଳର କର୍ମୀ ଦୀର୍ଘ ବର୍ଷ ଧରି ଅନେକ କର୍ମଚାରୀ ଏଠି ରହିଆସିଥିବା କାରଣରୁ ସେମାନଙ୍କ ମନମୁଖି କାର୍ଯ୍ୟଚଳାଉଛନ୍ତି,ସେମାନଙ୍କୁ ବଦଳି କରିବା ସକାଶେ ବିଧାୟକଙ୍କୁ କୁହାଯିବ ବୋଲି ପ୍ରକାଶ କରିଥିଲୋ ନାମକୁ ମାତ୍ର ରୋଗୀ କଲ୍ୟାଣ ସମିତି କରାଯାଉଥିବା ବେଳେ ପ୍ରକୃତରେ କେଉଁମାନେ ଉପସ୍ଥିତି ରହିଲେ ଡାକ୍ତରଖାନାର ସୁବିଧା ଆସୁବିଧା ବିଷୟରେ ପ୍ରକାଶ କରିବେ ଓ ତାକୁ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇପାରିବ ସେଥିପ୍ରତି କାହାର ନଜର ରହୁନଥିବା ବେଳେ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ମଧ୍ୟ ବୈଠକୁ ସବୁବେଳେ ଦୁରେଇ ରଖାଯାଇଥାଏା ଏନେଇ ଇନଚାର୍ଜ ନବକିଶୋର କୁଣ୍ଡୁଙ୍କୁ ପଚାରିବାରୁ ତାରିଖ ଠିକ୍‌ ହୋଇପାରୁନଥିବା କାରଣରୁ କିଛି କିଛି ସଭ୍ୟଙ୍କ ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଯାଇପାରୁନାହିଁ। ଏପରିକି ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ଭୁଲିଯାଉଥିବା କହି ଏଡାଇଯାଇଥିଲୋ ଡାକ୍ତରଖାନାରେ ଅନେକ ସମସ୍ୟା ଲାଗି ରହିଥିବା ବେଳେ ଶବବାହକ ଗାଡି ଠାରୁ ଆରମ୍ଭ କରି ଆମ୍ବୁଲାନ୍‌ସ ସକାଶେ ରୋଗୀ ହିନସ୍ତା ହେଉଥିବା ବେଳେ ଓଏମ୍‌ସି ମାଧ୍ୟମରେ କୋଟି କୋଟି ଟଙ୍କା ଆସୁଥିବା ବିଗତ ଦିନ ମାନଙ୍କରେ ପ୍ରଶାସନିକ ଅଧିକାରୀମାନେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର