ରକ୍ତଦେଇ ବିବାହ ବାର୍ଷିକୀ ପାଳନ କଲେ ଯୁବ ଅଧ୍ୟାପକ

କୋରାପୁଟ: ରକ୍ତଦାନ ମହତ ଦାନ। ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାର ଉତ୍ତମ କାର୍ଯ୍ୟ ଭିତରେ ନିଜର ବିବାହ ବାର୍ଷିକ ପାଳନ କରିଛନ୍ତି ଯୁବ ଅଧ୍ୟାପକ ଡଃ ପ୍ରକାଶ କୁମାର ପ୍ରଧାନ ଓ ସୁଶ୍ରୀ ସଂଘମିତ୍ରା। ଚିରାଚରିତ ପ୍ରଥାରୁ ବାହାରି ସମାଜର ଯୁବ ପିଢ଼ିକୁ ଏକ ସୁସ୍ଥ ବାର୍ତ୍ତା ଦେବାପାଇଁ ‘ସମ୍ବାଦ’ ଆମ ଓଡ଼ିଶା ସହଯୋଗରେ ଯୁବ ଅଧ୍ୟାପକ କୋରାପୁଟ ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଏଥିରେ ଆଠ ୟୁନିଟ ରକ୍ତ ସଗୃହିତ ହୋଇଥିଲା। ତୃତୀୟ ବିବାହ ବାର୍ଷିକ ଅବସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ କୋରାପୁଟ ସରକାରୀ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡଃ ପ୍ରକାଶ କୁମାର ପ୍ରଧାନ ନିଜେ ରକ୍ତଦେଇ ଶିବିରକୁ ବିଧିବଦ୍ଧ ଭାବେ ଆରମ୍ଭ କରିଥିଲେ।

ଏହା ପରେ ତାଙ୍କ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁ ରକ୍ତଦନ କରିଥିଲେ। ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ ଓ କୋରାପୁଟ ରକ୍ତ ଭଣ୍ଡାର ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ। ରକ୍ତଦାତା ଜୀବନ ଦାତା: ଅଜୟ ପ୍ରଧାନୀ, ଦୁଷ୍ମନ୍ତ ସୁନାନୀ, ଡ଼ଃ. ପ୍ରକାଶ କୁମାର ପ୍ରଧାନ, ବଳରାମ ବର୍ଲିପଡ଼ିଆ, ବୁଦୁରାମ ସିନ୍ଦରୀ, ନକୁଳ ମାଛ, ତିଳକ ନାୟକ ଓ ସୁନାମ ଖରା।

 

ସମ୍ବନ୍ଧିତ ଖବର