ଖୋର୍ଦ୍ଧା: ଆଜି ଭୋର ଭୋରରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିକଟସ୍ଥ ହାଟବରଡି ଗାଁରେ ଏକ କଲରପତରିଆ (କେନ୍ଦୁଆ) ବାଘକୁ ସ୍ଥାନୀୟ ଲୋକେ ପିଟି ପିଟି ମାରି ଦେଇଛନ୍ତି।

Advertisment

publive-image

ହାଟବରଡି ଗାଁ ଭିତରେ କଲରପତରିଆ ବାଘ ପଶିଥିବା ପ୍ରଚାର ହେବା ପରେ ଲୋକେ ବନବିଭାଗକୁ ସୂଚନା ଦେଇଥିଲେ। ମାତ୍ର ବନ୍ୟପ୍ରାଣୀ ବିଭାଗର ଅଧିକାରୀମାନେ ପହଞ୍ଚିବାରେ ବିଳମ୍ବ ହେବାରୁ ଲୋକେ ଗାଁର ବିନି ନନ୍ଦଙ୍କ ଖଳାବାଡ଼ିରେ ପଶିଥିବା ଏହି କଲରାପତରିଆ ବାଘକୁ ଚାରିପଟୁ ଘେରି ବାଡିଆପିଟା କରି ଦରମଲା କରି ଏକ ଖୁଣ୍ଟରେ ବାନ୍ଧି ଦେଇଥଲେ। ମାତ୍ର ବନବିଭାଗ ଠିକ୍‌ ସମୟରେ ନ ପହଞ୍ଚିବାରୁ କଲରପତରିଆ ବାଘଟି ସେହିଠାରେ ମୃତ୍ୟୁବରଣ କରିଛି। ତେବେ କଲରପତରିଆ ବାଘ ମରିଯିବା ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।