ବୌଦ୍ଧ: ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ ବୌଦ୍ଧ ଜିଲ୍ଲା ଘଣ୍ଟାପଡାରୁ ବାଘଛାଲ ସହ ଜଣଙ୍କୁ ଗିରଫ କରିଛି | କଣ୍ଟାମାଳ ବନକର୍ମଚାରୀଙ୍କ ସହାୟତାରେ ଏସଟିଏଫ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ବାଘଛାଲ ଜବତ କରିଛି |

Advertisment

publive-image

ଗିରଫ ବ୍ୟକ୍ତିଙ୍କ ନାମ ସଚ୍ଚିତାନ ନାୟକ ହୋଇଥିବାବେଳେ ତାଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଖମାଲଖୋଲ ବୋଲି ଜଣାପଡିଛି | ତେବେ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତି ଅଛନ୍ତି ତାହାର ତଦନ୍ତ ଚାଲିଥିବାବେଳେ ଗତ ବର୍ଷକ ମଧ୍ୟରେ କ୍ରାଇମବ୍ରାଞ୍ଚ ଏସଟିଏଫ ୨୧ଟି ବାଘଛାଲ, ୧୧ଟି ହାତୀ ଦାନ୍ତ, ୨ଟି ହରିଣ ଚମଡା, ୭ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କିଲୋଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି |