ମାଲକାନଗିରି: ଧାନର ଧାର୍ଯ୍ୟ ବୃଦ୍ଧି ଦାବି ନେଇ ଚାଷୀ ଦାବି କରିଛନ୍ତି। ରାସ୍ତାରେ ଧାନ ବସ୍ତା ରଖି ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ । ଚାଷୀମାନେ ଦାବି କରିଛନ୍ତି ହଜାରେ ନୁହେଁ ୨ ହଜାର କ୍ବିଣ୍ଟାଲ ଧାନ ନିଆଯାଉ।

Advertisment

ଟାର୍ଗେଟ ଅନୁସାରେ ମଣ୍ତିରେ ଧାନ ବିକ୍ରି କରିପାରୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଏପରି ଅସନ୍ତୋଷ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ମୋଦୀ ଅଜମେର ସରିଫରେ ଚାଦର ଚଢ଼ାଇବା ଉଚିତ୍ ନୁହେଁ: ହିନ୍ଦୁ ସେନା ପକ୍ଷରୁ ଅନୁରୋଧ

ନାୟକଗୁଡାରେ ମୁଖ୍ୟରାସ୍ତାରେ ଧାନବସ୍ତା ରଖି ସେମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ମାଲକାନଗିରି-ଜୟପୁର ଜାତୀୟ ରାଜପଥରେ ଯୋଗାଯୋଗ ବନ୍ଦ ରହିଛି । 

ଅଧିକ ପଢ଼ନ୍ତୁ: ଗାଜାରେ ଇସ୍ରାଏଲର ଆକ୍ରମଣ: ୪ ଶିଶୁଙ୍କ ସମେତ ୧୨ ପାଲେଷ୍ଟାଇନ ମୃତ