ଦୁଇବର୍ଷ ପରେ ଆରମ୍ଭ ହେବ ପଞ୍ଚାୟତ ପାଠାଗାର, ସୂଚନା ଓ ଚିତ୍ତବିନୋଦନ କେନ୍ଦ୍ର

ଜୟପୁରର ତିନି ପଞ୍ଚାୟତରୁ ଆରମ୍ଭ ହେବ ଏହି ଯୋଜନା

ଜୟପୁର (ଶ୍ରୀକାନ୍ତ ସାହୁ): ସଶକ୍ତ ହେବେ କୋରାପୁଟ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ରହୁଥିବା ନାରୀ, ଶ୍ରମିକ, ଚାଷୀ ଓ ଯୁବଗୋଷ୍ଠୀ। ନିଜ ଶକ୍ତିରେ ଶକ୍ତିଶାଳୀ ହେବ ଗାଁ ଓ ପଞ୍ଚାୟତ। ସେଥି ପାଇଁ ଆରମ୍ଭ ହେବ ନୂଆ ଯୋଜନା। ଗୋଟିଏ କୋଠରୀ ମଧ୍ୟରେ ଗ୍ରାମବାସୀଙ୍କୁ ସଶକ୍ତିକରଣର ବାର୍ତ୍ତା, ଜ୍ଞାନର ଆଦାନପ୍ରଦାନ ଓ ଚିତ୍ତୋରବିନୋଦନ ମିଳିବ। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ କେବିକେ ତଥା କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ସ୍ୱତନ୍ତ୍ର ପଞ୍ଚାୟତ ଗୁଡିକରେ ଆରମ୍ଭ ହେବ ପଞ୍ଚାୟତ ପାଠାଗାର, ସୂଚନା ଓ ଚିତ୍ତବିନୋଦନ କେନ୍ଦ୍ର। କୋରାପୁଟ ଜିଲ୍ଲାରେ ଏବେ ଯାଏ ୧୪ଟି ବ୍ଲକରେ ଏହା ଆରମ୍ଭ ହୋଇ ନ ଥିବାବେଳେ ଜୟପୁର ବ୍ଲକରୁ ଆରମ୍ଭ ହେବା ଆଶା କରାଯାଉଛି।

ଘୋଷଣାର ଦୁଇବର୍ଷ ପରେ ଆରମ୍ଭ ହେବ ପଞ୍ଚାୟତ ପାଠାଗାର, ସୂଚନା ଓ ଚିତ୍ତବିନୋଦନ କେନ୍ଦ୍ର। ଏନେଇ ସବୁ ପଞ୍ଚାୟତରେ ଏକ ସର୍ଭେ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ତିନିଟି ପଞ୍ଚାୟତରୁ ଏହି ଯୋଜନା ଜିଲ୍ଲାରେ ଆରମ୍ଭ ହେବ। ବହୁ ବାଦବିବାଦ ଓ ପର୍ଯ୍ୟଲୋଚନା ପରେ ଏହି କେନ୍ଦ୍ର ଆରମ୍ଭ ହେବାକୁ ଯାଉଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଥିବାବେଳେ ପ୍ରାଥମିକ ଭାବେ ବ୍ଲକର ଟାଙ୍କୁଆ, ଡଙ୍ଗରଛିଞ୍ଚି ଓ ଜୟନ୍ତିଗିରି ପଞ୍ଚାୟତରୁ ଆରମ୍ଭ ହେବ ଏହି ଯୋଜନା।

ପ୍ରତି ପଞ୍ଚାୟତରେ ୫ ଲକ୍ଷ ଟଙ୍କା ବିନିମୟରେ ଏକ ୪୦୦ ବର୍ଗଫୁଟରେ ଏକ ଘରରେ ରହିବ ବିଭିନ୍ନ ପାଠ୍ୟପୁସ୍ତକ ସହ ବହି ରକ୍‌, ୫ଟି ଟେବୁଲି, ୨୦ଟି ଚେୟାର, କମ୍ପ୍ୟୁଟର, ପ୍ରିଣ୍ଟର, ୩୨ ଇଞ୍ଚ ବିଶିଷ୍ଟ ଏକ ଏଲଇଡି ଟିଭି, ଇନଭେଟର, ଏଲଇଡି ଲାମ୍ପସ, ବିଶୁଦ୍ଧ ଜଳ ଓ ଏକ ସୂଚନା ଫଳକ ସହ ୧୦ରୁ ଅଧିକ ଇଂରାଜୀ ଓ ଓଡ଼ିଆ ଭାଷାର ଖବରକାଗଜ। ତେବେ ବହି ସବୁ ଜିଲ୍ଲା ସଂସ୍କୃତିକ ଆସୋସିଏସନ ଓ ରାଜା ରାମ ମୋହନ ପାଠାଗାରରୁ ଯୋଗାଣ କରାଯିବାକୁ ରହିଥିବାବେଳେ ବିଭିନ୍ନ ଲେଖକ, ଶିକ୍ଷକ ଓ ବିଶିଷ୍ଟ ବ୍ୟାକ୍ତିଙ୍କଠାରୁ ମଧ୍ୟ ମଧ୍ୟ ଅଣାଯିବ।

ଜିଲ୍ଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ଏନଜିଓ, ସରକାରୀ କର୍ମଚାରୀ ଓ ଗ୍ରାମବାସୀ ସ୍ୱତନ୍ତ୍ର ଭାବେ ଚାନ୍ଦା ଆଦାୟ କରି ବହି କ୍ରୟ କରିପାରିବେ। ତେବେ ସସଶକ୍ତିକରଣ ପାଇଁ ସପ୍ତାହକ ସାତ ଦିନ ଅବସରପ୍ରାପ୍ତ ଶିକ୍ଷକ, ଜିଆରଏସ, ଯୋଗାଣ ସହାୟକ, ପିଇଓ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କୁ ନିଯୁକ୍ତି କରାଯିବ। ସେମାନେ ନିଦ୍ଧିଷ୍ଟ ଦିନରେ ସେମାନେ ପଞ୍ଚାୟତରେ ରହି ସଶକ୍ତିକରଣ ସମ୍ପର୍କରେ ସୂଚନା ଦେବେ। ସକାଳ ୬ଟାରୁ ୯ଟା ଓ ସନ୍ଧ୍ୟା ୪ାଟାରୁ ୮ଟା ଯାଏ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଏହି କେନ୍ଦ୍ର ପରିଚାଳନା ହେବ।

ତେବେ ଯାହା ବି ଖର୍ଚ୍ଚ କରାଯିବା ତାହାକୁ ସେଣ୍ଟ୍ରାଲ ଫାଇନା୍‌ସ କମିଶନ, ଷ୍ଟେ ଟ ଫାଇନାନ୍‌ସ କମିଶସ ଓ ମନରେଗାରୁ ଅର୍ଥ ଅଣାଯାଇ ଏଥିରେ ବ୍ୟବହାର କରାଯିବ। ତେବେ ଏହି ପଞ୍ଚାୟତ ପାଠାଗାର, ସୂଚନା ଓ ଚିତ୍ତବିନୋଦନ କେନ୍ଦ୍ର ପାଇଁ ପିଇଓ ନୋଡାଲ ଫିସର ଭାବେ ଦାୟିତ୍ୱରେ ରହିବାକୁ ଥିବାବେଳେ ଏହାକୁ ପରିଚାଳନା କରିବାକୁଏକ ମିଟି ଗଠନ କରାଯିବ। ଏଥିରେ ଦୁଇଜଣ ଅବସରପ୍ରାପ୍ତ ଶିକ୍ଷକ, ପଞ୍ଚାୟତରେ ରହିଥିବା ବିଶିଷ୍ଠ କୃଷକ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଦୁଇଜଣ ବେରୋଜଗାର ଯୁବକ, ସ୍କୁଲରୁ ପାସ ହୋଇ ନିଯୁକ୍ତ ହୋଇଥିବା ଦୁଇ ଜଣ ଯୁବକ, ଜିଆରଏସ, ଯୋଗାଣ ସହାୟକ, ଭିଏଲଡବ୍ଲ୍ୟୁ ଓ ପିଇଓ ରହିବେ।

ଚିତ୍ତୋବିନୋଦନ କେନ୍ଦ୍ରରେ ୪ଟି ଆରକୁ ଗୁରୁତ୍ୱ ଦିଆଯିବ। ତାହା ହେଉଛି ରାଇଟ ଅକ୍ଟିଭିଟି, ରାଇଟ ୱେଟ, ରାଇଟ ପ୍ଲେସ ଓ ରାଇଟ ଟାଇମ। ଏହି ଘରକୁ ଏପରି ଭାବେ ତିଆରି କରାଯିବ ଏହିଠାରେ ସରକାରଙ୍କର ବିଭିନ୍ନ ଯୋଜନା ସହ ସୂଚନାକୁ ପହଞ୍ଚା ଯାଇପାରିବ। ଏହାସହ ଏହି ଘରଟି ଗ୍ରାମପଞ୍ଚାୟତର ପୁରୁଣା ଘର ହୋଇଥିବା ସହ ଆବଶ୍ୟକ ପଡିଲେ ନୂଆ ଘର ମଧ୍ୟ ତୋଳିବାକୁ ବ୍ୟବସ୍ଥା ରହିଛିଯ ତେବେ ମନରେଗା, ସିଏଫସି ଓ ଏସଏଫସିରୁ ଏହା ବ୍ୟୟବରାଦ ହେବ ବୋଲି ଜଣାପଡିଛି।

ତେବେ ଏନେଇ ମୁଖ୍ୟମନ୍ତ୍ରୀ ୨୦୧୮ ମସିହା ଶେଷ ଆଡକୁ ଘୋଷଣା କରିଥିବାବେଳେ ଦୁଇବର୍ଷ ମଦ୍ୟରେ ହେବାର ଯୋଜନା ରହିଥିଲା। ଏନେଇ ଜିଲ୍ଲାରେ ସବୁ ବ୍ୟବସ୍ଥା କରାଯାଇଥିବାବେଳେ ବର୍ଷ ଆରମ୍ଭରେ କରୋନା ମହାମାରୀହେତୁ ଏହା ଅଟକି ରହିଛି। ଲକଡାଉନ କିମ୍ବା ଆର୍ଥିକ କ୍ଷତି ନ ହୋଇଥିଲେ ଏବେ ଏହାର ଶୁଭରାମ୍ଭ ହୋଇସାରନ୍ତାଣି ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର