କେନ୍ଦୁଝର: ଅଧିକାଂଶ ଦୁର୍ଘଟଣା ମଦ୍ୟପାନ ଜନିତ ଗାଡ଼ି ଚଳାନା ପାଇଁ ଘଟୁଛି। ଏହାକୁ ରୋକିବା ପାଇଁ ଓଏମ୍ଭିଡି ଓ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି। ୩୦ ଓ ୩୧ ତାରିଖରେ କେନ୍ଦୁଝର ଜିଲ୍ଲାରେ ୨୧ଜଣ ମଦୁଆ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। କେନ୍ଦୁଝର ପରିବହନ ବିଭାଗ ପକ୍ଷରୁ ମଦୁଆ ଚାଳକଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି। ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଉଛି। ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସଙ୍କ ନିର୍ଦେଶକ୍ରମେ ଏହି ସ୍ବତନ୍ତ୍ର ଟାସ୍କଫୋର୍ସ କେନ୍ଦୁଝର ଟାଉନ, ସଦର ଥାନା ସମେତ ବଡ଼ବିଲ, ଯୋଡ଼ା, ରିମୁଳି ଅଞ୍ଚଳରେ ଯାନବାହନ ଯାଞ୍ଚ କରୁଛନ୍ତି। ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ କରାଯାଇ ଚାଲାଣ କଟାଯିବା ସହ ମାମଲା ରୁଜୁ କରାଯାଉଛି। ଏଥିରେ ସହାକରୀ ପରିବହନ ଅଧିକାରୀ ଦୁର୍ଗାପ୍ରସାଦ ରାଓ, ଟ୍ରାଫିକ ଇନ୍ସପେକ୍ଟର ସୁକୁରାମ ସୋରେନ, ଜୁନିଅର ଏମ୍ଭିଆଇ ରାଜେଶ କୁମାର ସେଠୀ, ଟ୍ରାଫିକ ଏସ୍ଆଇ ପହଲି ନାୟକ, ଗୋଚେନ ହେମ୍ବ୍ରମ, ସୁଶାନ୍ତ ବରାଳ, ରାଧିକା ସୁନ୍ଦରୀ ନାୟକ, ରୋଷନ ବୋଡ଼ ପ୍ରମୁଖ ଯାଞ୍ଚରେ ସାମିଲ ହୋଇଥିଲେ।
୨୧ ମଦୁଆ ଚାଳକଙ୍କ ଲାଇସେନ୍ସ ବାତିଲ
/sambad/media/post_attachments/wp-content/uploads/2023/11/573c1e0b-603f-4c3b-9149-83179bc841ad.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)