ବଦଳିଗଲା ଜୀବନଜୀବିକା; ଯୁବ ଇ˚ଜିନିୟରଙ୍କ ମାଉସୀମା ହୋଟେଲରେ ମାଟିହାଣ୍ଡି ମଟନ୍‌

ରଘୁନାଥପୁର: କରୋନା ମହାମାରୀ ଅନେକଙ୍କ ଜୀବନଜୀବିକାକୁ ବଦଳାଇ ଦେଇଛି। ରଘୁନାଥପୁର ଅଞ୍ଚଳର ରଶ୍ମିର˚ଜନ(ଲିପୁ) ସିଭିଲ୍‌ ଇ˚ଜିନିୟରି˚ରେ ଡିପ୍ଲୋମା, ବିଟେକ କଲା ପରେ ଏକ ‘ଓକାକ୍‌’ କମ୍ପ୍ୟ୍ୟୁଟର କେନ୍ଦ୍ରରେ ଶିକ୍ଷାଦାନ କରି ମାସିକ ୩୦ ହଜାର ଟଙ୍କା ଉପ‌ାର୍ଜନ କରୁଥିଲେ। କିନ୍ତୁ କରୋନା କଟକଣା ସେଥିରେ ବାଧକ ସାଜିଲା। ଶେଷକୁ ବାଧ୍ୟ ହୋଇ ଏହି ଇଂଜିନିୟର୍‌ ଗାଁରେ ଆସି ହୋଟେଲ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ କରି ସାରା ଅଞ୍ଚଳ ପାଇଁ ଏବେ ଉଦାହରଣ ପାଲଟିଛନ୍ତି।

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେବା ସହ ପରିବାର ଚଳାଉଥିଲେ। ମାର୍ଚ୍ଚମାସରୁ କରୋନାରେ ଲିପୁ ନିଜ ଗାଁ ଗରାମ ଫେରି ଆସିଥିଲେ। ଦୁଇ ମାସ ଘରେ ବସିରହିବା ପରେ ହୋଟେଲ ଝୁଙ୍କ୍‌ ମନକୁ ଆସିଲା। ସ୍ଥାନୀୟ ଲୋକଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇବା ସହ କଟକ -ଭୁବନେଶ୍ବରର ମାଟିହଣ୍ତି ମଟନ ଗାଁ ପରିବେଶରେ ଯୋଗାଇବାକୁ ସ୍ଥିର କଲେ।

କଟକ ପରାଦ୍ବୀପରେ ରାଜରାସ୍ତାରରେ ବ୍ୟବସାୟକୁ ଆଖି ଆଗରେ ରଖି ରଘୁନାଥପୁର ଓଡପଡା ଛକରେ ‘ମାଉସୀ ମା ମାଟିହାଣ୍ଡି ମଟନ୍‌ ହୋଟେଲ’ ଆରମ୍ଭ କଲେ। ହେଟେଲରେ ଦେଶୀ ଖାସି ମା˚ସ ମାଟି ପାତ୍ରରେ ପରସିବା ସହ ମାଟି ହାଣ୍ଡିରେ ରୋଷେଇ ପ୍ରକ୍ରିଆ ଆରମ୍ଭ କଲେ। କରୋନା ସମୟରେ ଅନଲାଇନ୍‌ରେ ଅର୍ଡ଼ର ନେଇ ବେପାର କରିବା ସହ ଲୋକଙ୍କ ଚାହିଦା ମୁତାବକ ଭଳିକି ଭଳି ଖାଦ୍ୟ ବନାଇ ପରସିଲେ।

ମାଟିହାଣ୍ଡି ମଟନ ଖାଇବାକୁ ଆଜି କାଲି ଏହି କଟକ ପାରାଦୀପ ରାସ୍ତାରେ ନାମିଦାମୀ ଗାଡ଼ି ଧାଡ଼ି ଲାଗୁଛି। ହୋଟେଲର ନାମକରଣରେ ମାଉସୀ ମା ଥିବାରୁ ଗ୍ରାହକଙ୍କୁ ଏହା ଆକର୍ଷିତ କରୁଛି। ରଶ୍ମି କହିଛନ୍ତି ଦୈନିକ ୧୫ ହଜାର ବେପାର ହେଉଛି। ଆମିଷବାରି ବୁଧବାର ଏବ˚ ରବିବାର ବେପାର ଅଧିକ ରହୁଛି। ଲୋକମାନଙ୍କୁ ଭଲ ଖାସି ମାଂସ ଯୋଗାଇବା ପାଇଁ ହୋଟେଲ ଆଗରେ ଖାସି କଟାଯାଉଛି। ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ମଟନ ମାଟି ପାତ୍ରରେ ପରସିବା ସହ ଦର ମଧୢ କମ୍‌ ରଖାଯାଇଛି। ୪ ମାସ ଭିତରେ ତାଙ୍କର ଏହି ହୋଟେଲ ‘ମାଉସୀ ମା’ ଗ୍ରାହକଙ୍କଚାହିଦା ବଢ଼ାଇବାରେ ସକ୍ଷମ ହୋଇଛି। ଏମିତିକି ତାଙ୍କୁ ଏକ ଭିନ୍ନ ପରିଚୟ ସଦବା ସହ ଆତ୍ମ ସନ୍ତୋଷ ଆଣି ଦେଇଛି ବୋଲି ରଶ୍ମି କହିଛନ୍ତି।

ସମ୍ବନ୍ଧିତ ଖବର