ବିବାହର ୨୪ ଘଣ୍ଟା ମଧ୍ୟରେ ପତ୍ନୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେବା ଅପରାଧରେ ଯୁବକଙ୍କୁ ଆଜୀବନ କରାଦଣ୍ଡ

ଖୋର୍ଦ୍ଧା: ପ୍ରେମିକା ମୁଣ୍ଡରେ ମନ୍ଦିରରେ ସିନ୍ଦୁର ଲଗାଇ ବିବାହ କରିବାର ମାତ୍ର ୨୪ ଘଣ୍ଟା ନ ପୁରୁଣୁ ପ୍ରେମିକାରୁ ପତ୍ନୀ ହୋଇଥିବା ନବବିାହିତାଙ୍କ ତଣ୍ଟି ଚିପି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେବା ଅଭିଯୋଗରେ ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦରା ଜଜ୍‌ ଲଳିତ କୁମାର ଦାସ ଅଭିଯୁକ୍ତ ସ୍ୱାମୀ ସୁଧାକର ନାୟକଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏତଦ୍‌ବ୍ୟତୀତ ୫ ହଜାର ଟଙ୍କା ଜରିମାନାରେ ମଧ୍ୟ ଦଣ୍ଡିତ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମହତପଲା ଗ୍ରାମର ରଞ୍ଜିତା ନାୟକଙ୍କୁ ଟାଙ୍ଗୀ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଗ୍ରାମର ସୁଧାକର ପ୍ରଧାନ ଭଲପାଉଥିଲେ। ଏହି ସମ୍ପର୍କରୁ ସେମାନେ ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇ ଗତ ୨୦୧୧ ମସିହା ଜୁନ୍‌ ମାସ ୬ ତାରିଖ ଦିନ ଏକ ମନ୍ଦିରରେ ପରସ୍ପରକୁ ବିବାହ କରିଥିଲେ। ତେବେ ବିବାହ କରି ସୁଧାକର ରଞ୍ଜିତାଙ୍କୁ ସାଙ୍ଗରେ ନେଇ ଟାଙ୍ଗୀ ଗୋଡ଼ିପଡ଼ାସ୍ଥିତ ନିଜ ଘରକୁ ଯାଉଥିବା ବାଟରେ ତାଙ୍କ ତଣ୍ଟି ଚିପି ହତ୍ୟା କରି ଗୋଡ଼ିପଡ଼ା ବଘୁଆା ମୁଣ୍ଡିଆରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ଏ ଖବର ପାଇ ମୃତ ରଞ୍ଜିତାଙ୍କ ମାଆ ରାମା ନାଏକ ବାଣପୁର ଥାନାରେ ଲିଖିତ ଅଭିଯାଗ କରିଥିଲେ। ଏ ନେଇ ପୁଲିସ ଦଫା ୩୦୨ରେ ମାମଲା ରୁଜୁ କରି ଅଭିଯୁକ୍ତ ସୁଧାକରଙ୍କୁ ଗିରଫ କରିଥିଲା। ଏହି ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଲଳିତ କୁମାର ଦାଶ ଅଭିଯୁକ୍ତ ସୁଧାକର ପ୍ରଧାନଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧିତ ଖବର