ବଚନସୁଧା ହତ୍ୟା ଘଟଣା: ଦୋଷୀଙ୍କୁ ଆଜୀବନ କାରାଦଣ୍ଡଦେଶ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରସୁଲଗଡ଼ ବଚନସୁଧା ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ‌ହୋଇଛି । ଖୋର୍ଦ୍ଧା ଜିଲା ଦୌରାଜଜ୍ କୋର୍ଟ ଦଣ୍ଡ ରାୟ ଶୁଣାଣି କରିଛନ୍ତି । ୨୦୧୩ ଅଗଷ୍ଟ ୧୧ ତାରିଖରେ ବଚନସୁଧା ପଟ୍ଟନାୟକଙ୍କୁ ବୀଭତ୍ସ ହତ୍ୟା କରିଥିଲା ସୁରକ୍ଷାକର୍ମୀ ଦୀପ୍ତି ରଞ୍ଜନ ପଟ୍ଟନାୟକ । ହତ୍ୟାକାରୀ ନାମରେ ୩୦୨ ୪୫୪, ୩୯୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା। ୧୮ ଜଣ ସାକ୍ଷ୍ୟ ପ୍ରମାଣ ୪୮ଟି ଘଟଣାସ୍ଥଳରେ ମିଳିଥିବା ସାମଗ୍ରୀକୁ ଅନୁଧ୍ୟାନ କରିବା ସହ କୋର୍ଟ ହତ୍ୟାକାରୀ ଦୀପ୍ତିଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଚୋରି କରିବା ଉଦେଶ୍ୟ ନେଇ ହତ୍ୟା କରିଥିଲା ଦୀପ୍ତି । ହତ୍ୟା ପରେ ବଚନସୁଧାଙ୍କ ସୁନା ଚେନକୁ ତାଙ୍କ ପ୍ରେମିକାକୁ ଗିଫ୍ଟ ଦେଇଥିଲା । ତେବେ ୨୦୧୩ ମସିହାର ହତ୍ୟାକାଣ୍ଡକୁ ୮ ବର୍ଷ ପରେ କୋର୍ଟ ଶୁଣାଣି କରିଛନ୍ତି ।

ସମ୍ବନ୍ଧିତ ଖବର