ଗୁଣପୁର: ଏକ ହତ୍ୟାକାଣ୍ଡ ଅଭିଯୋଗର ଶୁଣାଣି କରି ଗୁଣପୁର ଏଡିଜେ ଜଣକୁ ଆଜୀବନ କାରାଦଣ୍ଡରେ ଶୁଣାଣି କରିଛନ୍ତି। ଏଥି ସହ ୧୦ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ଶୁଣାଣି କରିଛନ୍ତି।
ଖବର ନେବାରୁ ଜଣାପଡିଛିଯେ, ଗତ ୨୦୧୭ ମସିହା ମାର୍ଚ୍ଚ ମାସ ୨୦ତାରିଖରେ ଡଙ୍ଗର ଜମିକୁ କେନ୍ଦ୍ରକରି ପୁଟାସିଂ ଥାନା ଅଧିନସ୍ଥ ଚିନାସାରି ପଞ୍ଚାୟତ ର ରୁମ୍ବାତି ଗ୍ରାମରେ ଜଣକୁ ହତ୍ୟା କରାଯାଇଥିଲା। ସୂଚନାନୁଯାୟୀ ରୁମ୍ବାତୀ ଗ୍ରାମ ନିକଟରେ ଥିବା ପୁଡ଼ୁରୁ ପାହାଡ ଉପରେ ଥିବା ଏକ ଡଙ୍ଗର ଜମିକୁ ସେହି ଗ୍ରାମର ଏସ୍ତ ଶବର ନିଜ ଦଖଲରେ ରଖି ଚାଷ କରି ଆସୁଥିଲେ। ଏସ୍ତଙ୍କ ଜମି ପାର୍ଶ୍ଵରେ ସିନ୍ଦିରି ଗ୍ରାମର କଇନ ରଇତ ମଧ୍ୟ ଚାଷ କରୁଥିଲେ।
ତେବେ ଉଭୟଙ୍କ ଜମି ମଧ୍ୟରେ ଥିବା ହିଡ କୁ କେନ୍ଦ୍ର କରି ଏସ୍ତ ଓ କଇନ ଙ୍କ ମଧ୍ୟରେ ବଚସା ହେବାସହ ଠେଲାପେଲା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କଇନ ରଇତ ଏକ ଟାଙ୍ଗିଆ ଦ୍ୱାରା ଏସ୍ତଙ୍କ ମୁଣ୍ଡକୁ ପ୍ରହାର କରିଥିଲା, ଯଦ୍ୱାରା ଏସ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଗୁରୁତର ହୋଇ ପଡ଼ିଥିଲା। ପରିବାର ଲୋକେ ଘଟଣା ସ୍ଥଳେ ପହଞ୍ଚି ଏସ୍ତଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ତେବେ ଚିକିତ୍ସାଧିନ ଅବସ୍ଥାରେ ଏସ୍ତଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ତତ୍କାଳୀନ ପୁଟାସିଂ ଥାନାଧିକାରୀ ଜ୍ଞାନେନ୍ଦ୍ର ସାହୁ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। କଇନ ସବରକୁ ଗିରଫ କରିବା ସହ ଟାଙ୍ଗିଆକୁ ଜବତ କରିଥିଲେ। ଏନେଇ ପୁଟାସିଂ ଥାନା କେସ ନାମ ୨/୧୭ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିଲା।
ଆଜି ଏଡିଜେ ଉକ୍ତ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ସହ ଦଶ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ଅରିଛନ୍ତି। ସୂଚନାଯୋଗ୍ୟ ଯେ ୨୪ଜଣ ସାକ୍ଷ ପ୍ରମାଣକୁ ଆଧାର କରି ଏହି ଶୁଣାଣି ହୋଇଥିବା ଜଣାପଡିଛି। ଅଭିଯୁକ୍ତ କଇନ ଏହିଦିନୁ ବିଚାରାଧି କଏଦୀ ରୂପେ ଉପକାରାଗରରେ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/115d5e5b-e2a0-466d-abb6-f9a52c38fc0f.jpg)