ଖୁବଶୀଘ୍ର ପ୍ରଦର୍ଶିତ ହେବ ଧଉଳି ଲାଇଟ ଆଣ୍ଡ ସାଉଣ୍ଡ ସୋ’

ଧଉଳି: ଫନି ପରେ ମହାମାରୀ କରୋନା ଯୋଗୁ ଦୀର୍ଘ ୨୦ ମାସ ଧରି ବନ୍ଦ ପଡ଼ିଥିବା ଧଉଳି ଲାଇଟ ଆଣ୍ଡ ସାଉଣ୍ଡ ସୋ ’ଖୁବଶୀଘ୍ରଅ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି । ନୂଆବର୍ଷ ପୂର୍ବ ଦିନ ଡିସେମ୍ବର ୩୧ ଅଥବା ଜାନୁଆରୀ ୧ ତାରିଖ ନୂଆବର୍ଷ ଦିନ ସୋ’ ପ୍ରଦର୍ଶନ ହେବ ବୋଲି ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ସୂଚନା ପ୍ରଦାନ କରିଛନ୍ତି । ଫନି ବାତ୍ୟାରେ ଶାନ୍ତିସ୍ତୁପ ଉପରେ ଥିବା ଲାଇଟ ଆଣ୍ଡ ସାଉଣ୍ଡ ସୋ’ ବ୍ୟାପକ କ୍ଷତି ଘଟିଥିଲା ।

ଲାଇଟ ଆଣ୍ଡ ସାଉଣ୍ଡ ସୋ ଯନ୍ତ୍ରଂଶ ସଂପୂର୍ଣ୍ଣ ଭାଙ୍ଗିଯାଇଥିଲଶ । ଦିଲ୍ଲୀ ଏଜେନ୍ସି ଦୁଇ କୋଟି ଟଙ୍କା ବିନିମୟରେ ଏହାକୁ ସାନି ନୂଆ କରି ନିର୍ମାଣ କରିଥିବା ସୂଚନା ମିଳିଛି । ସୋ ପ୍ରଦର୍ଶନ ହେବା ନେଇ ଘୋଷଣା ହେବା ପୂର୍ବରୁ ବନ୍ଦ ହୋଇଯାଇଥିଲା । ପର୍ଯ୍ୟଟନ ଋତୁ ଚାଲିଥିବାରୁ ଦିଲ୍ଲୀ ଏଜେନ୍ସିକୁ ଯଥାଶୀଘ୍ର ଏହାର ପରିଚାଳନା ଦାୟିତ୍ବ ହସ୍ତାନ୍ତର କରାଯିବାକୁ ନିର୍ଦ୍ଦେଶ ହୋଇଛି । ଶ୍ରୀ ରାଉତଙ୍କ ସୂଚନାନୁସାରେ ପୂର୍ବ ଭଳି ଶୀତ ଋତୁ ସିଡୁଲ ଅନୁଯାୟୀ ୩୫ ମିନିଟ ଧରି ସୋ ପ୍ରଦର୍ଶନ ହେବ । ସଂଧ୍ୟାର ପ୍ରଥମ ସୋ ୬ଟାରୁ ଆରମ୍ଭ ହୋଇ ୬ଟା ୩୫ ମିନିଟରେ ଶେଷ ହେବ । ଏହାର ୧୦ ମିନିଟ ବ୍ୟବଧାନରେ ୬ଟା ୪୫ ମିନିଟରୁ ୭ଟା ୨୦ ମିନିଟ ପର୍ଯ୍ୟନ୍ତ ସୋ ଚାଲିବ।

ସମ୍ବନ୍ଧିତ ଖବର