ଭିଆଇପି ରୋଡ୍‌ରେ ଜଳୁନି ଲାଇଟ୍‌

କେନ୍ଦ୍ରାପଡ଼ା: କେବଳ ଦୁହୁରିଆରୁ ଜଜାଙ୍ଗ ରାଜ୍ୟ ରାଜପଥ ଆଲୋକୀକରଣ କଥା ନୁହେଁ, ଗରାପୁର ଭିଆଇପି ରୋଡ୍‌ ଅବସ୍ଥା ମଧୢ ସମାନ। ଅଧା ଦିନ ଜଳିଲେ ଅଧା ଦିନ ଅନ୍ଧାର। ଅଥଚ, ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଇପାରୁନାହିଁ। ଖାଲି ଯାହା ନାମକୁ ମାତ୍ର ଭିଆଇପି ରୋଡ୍‌। ହେଲେ ସର୍ବନିମ୍ନ ଆଲୋକ ସୁବିଧା ଯେଉଁଠି ପ୍ରଶାସନ ନିୟମିତ ଦେଇପାରୁନାହିଁ, ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନାହିଁ, ରାସ୍ତା କିଟିମିଟି ଅନ୍ଧାର ରହୁଛି, ସେଠି ଦୋଷ କାହାକୁ ଦେବା? ବଡ଼ କଥା ହେଉଛି ଏହି ରାସ୍ତା ଦେଇ ଜିଲ୍ଲାପାଳ ବି ଯା’ଆସ କରୁଛନ୍ତି। କିନ୍ତୁ ରାସ୍ତା ଅନ୍ଧାର ରହିବା କଥା ବୋଧହୁଏ ତାଙ୍କ ଦୃଷ୍ଟିଗୋଚର ହେଉନାହିଁ। ତା’ ନ ହୋଇଥିଲେ ଭିଆଇପି ରୋଡ୍‌ ନାମରେ ପରିଚିତ ଗରାପୁରଠୁ କାଳୀ ମନ୍ଦିର ଛକ ଯାଏ କିଭଳି ରାସ୍ତା ଅନ୍ଧାର ରୁହନ୍ତା! ଏହା ପଛରେ ଯେଉଁ କାରଣ ସାମ୍ନାକୁ ଆସିଛି, ତାହା ଚକିତ କଲା ଭଳି। ରକ୍ଷାଣବେକ୍ଷଣକୁ ନେଇ ଆରଆଣ୍ତ୍‌ବି-ପ˚ଚାୟତ ମଧୢରେ ଦୋଷ ଠେଲାଠେଲି ଚାଲିଛି। କିଏ ରକ୍ଷାଣବେକ୍ଷଣ କରିବ, ତାହା ଲୋକାର୍ପଣର ଦୁଇ ବର୍ଷ ଭିତରେ ଚୂଡ଼ାନ୍ତ ହେଇ ନ ପାରିବା ସୂଚାଇ ଦେଉଛି ଯେ ପ୍ରଶାସନ କିଭଳି ସ୍ଥାଣୁ ପାଲଟିଗଲାଣି?
ଦୁହୁରିଆରୁ ଜଜାଙ୍ଗ ଛକ ଯାଏ ରାସ୍ତାରେ ଲାଗିଥିବା ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ସହିତ ଏହି ଭିଆଇପି ରୋଡ୍‌ ରାସ୍ତା ବି ଆଲୋକୀକରଣ କରାଯାଇଥିଲା। ସା˚ସଦ ଅନୁଭବ ମହାନ୍ତି ଏଥିପାଇଁ ଅନୁଦାନ ଦେଇଥିଲେ।

ହେଲେ ଦୁଇ ବର୍ଷ ନ ଯାଉଣୁ ରାଜ୍ୟ ରାଜପଥ ରାସ୍ତା ଭଳି ଏହି ଭିଆଇପି ରୋଡ୍‌ର ଆଲୁଅ ଅବସ୍ଥା ବି ସମାନ। ଅଧା ଦିନ ଜଳିଲେ ଅଧା ଦିନ ରାସ୍ତା ଅନ୍ଧାର ରହୁଛି। ରକ୍ଷାଣବେକ୍ଷଣ ଅଭାବରୁ ଏଭଳି ସମସ୍ୟା ଉପୁଜିଛି। ବଡ଼ କଥା ହେଉଛି, ଏହି ରାସ୍ତା ମ୍ୟୁନିସିପାଲିଟି ଅଧୀନରେ ଆସୁନାହିଁ। ତେଣୁ ମ୍ୟୁନିସିପାଲିଟି ମୁଣ୍ତ ପୂରାଉନାହିଁ। ଏଭଳି ସ୍ଥିତିରେ ରକ୍ଷାଣବେକ୍ଷଣ କରିବ କିଏ, ତାହା ଏଯାଏ ସ୍ଥିର ହେଇପାରିଲା ନାହିଁ। ଆରଆଣ୍ତ୍‌ବି ଟେଣ୍ତର‌୍‌ କରି ଲାଇଟ୍‌ ଲଗାଇଥିଲା। ଲାଇଟ୍‌ ଜଳିବା ପରେ ବିଭାଗୀୟ ଯନ୍ତ୍ରୀ ଦାୟିତ୍ବ ସାରି ହାତଝାଡ଼ି ବସି ଯାଇଛନ୍ତି। କପାଳେଶ୍ବର ପ˚ଚାୟତ ଅଧୀନରେ ଯାଉଥିବା ଦୃଷ୍ଟିରୁ ଲାଇଟ୍‌ ରକ୍ଷାଣବେକ୍ଷଣ ପ˚ଚାୟତ କରିବ ବୋଲି କହୁଛି। ବିଜୁଳି ବିଭାଗ ବି ବିଲ୍‌ ମାଗୁଛି। ହେଲେ ପ˚ଚାୟତରେ ପାଣ୍ଠି ଅଭାବ ଦର୍ଶାଇ ସରପ˚ଚ ଅକ୍ଷମତା ପ୍ରକାଶ କରୁଛନ୍ତି। ଏଭଳି ଜଟିଳ ସମସ୍ୟା ଭିତରେ ଏହି ଭିଆଇପି ରୋଡ୍‌ର ଆଲୋକୀକରଣ ବ୍ୟବସ୍ଥା ଏଭଳି ଫସିଛି ଯେ ଲାଇଟ୍‌ ନ ଜଳିଲେ ବି କାହାରି ନିଘା ନାହିଁ। କପାଳେଶ୍ବର ସରପଞ୍ଚ କଳ୍ପନା ମହାନ୍ତିଙ୍କ କହିବା କଥା ହେଉଛି, ଲାଇଟ୍‌ ଅନ୍ଧାର ରହିଲେ ବିଦ୍ୟୁତ୍‌ ବିଭାଗକୁ ଜଣାଇଲେ ସେମାନେ ମାସିକ ବିଲ୍‌ ମାଗୁଛନ୍ତି। କାମ ଆରଆଣ୍ତ୍‌ବି କରିଛି। ଠିକାଦାର ପାଞ୍ଚ ବର୍ଷ ରକ୍ଷାଣବେକ୍ଷଣ କରିବ ବୋଲି ଚୁକ୍ତିନାମା ହୋଇଛି। ହେଲେ ଠିକାଦାର କାମ ସାରି ବିଲ୍‌ ନେଇଯିବା ପରେ ରକ୍ଷାଣବେକ୍ଷଣ କରୁନାହିଁ। ପ˚ଚାୟତରେ ପାଣ୍ଠିର ଅଭାବ ରହିଛି ବିଜୁଳି ବିଲ୍‌ ଭରିବା ପାଇଁ। ତେଣୁ ଏ ବାବଦରେ ଅତୀତରେ ଜିଲ୍ଳାପାଳ ଓ ବ୍ଲକ୍‌ ବିଡିଓଙ୍କୁ ଜଣାଇଥିଲି। ହେଲେ ରକ୍ଷାଣବେକ୍ଷଣ ଦିଗକୁ ନେଇ ଏଯାଏ କୌଣସି ସମାଧାନର ରାସ୍ତା ବାହାରି ପାରିଲା ନାହିଁ।

ସମ୍ବନ୍ଧିତ ଖବର