ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଚିଟକାମାଲ ଠାରେ ଥିବା କ୍ରସର ରେ କାମ କରୁଥିବା ଶ୍ରମିକଙ୍କ ବଜ୍ରପାତରେ ମ୍ରୁତ୍ୟୁ ଘଟିଥିବା ଜଣାପଡିଛି। ତେବେ ମ୍ରୁତ ଦେହର ଶବ ବ୍ୟବଚ୍ଛେଦ କରାଇ ନ ଦେବା ମ୍ରୁତକ ଙ୍କ ବାପା ଜିଦ ରେଥିବାଓ ହଟ୍ଟଗୋଳ କରିବାରୁ ପୁଲିସକୁ ଲିଖିତ ଆକାରରେ ଦେଇ ମ୍ରୁତ ଦେହ ନେଇଥିବା ଜଣାପଡିଛି।

Advertisment

ଚିଟକାମାଲ ଗ୍ରାମରେ ସନ୍ଧ୍ଯା ସମୟରେ ଘଡଘଡି ଓ ବଜ୍ରପାତ ସହ ବର୍ଷା ହୋଇଥିଲା। ଏଥିରେ ଚିଟକାମାଲ କ୍ରସରରେ କାମ କରୁଥିବା ଛତ୍ତିଶଗଡ ସାରଙ୍ଗଗଡ ବିଷ୍ଣୁ ପାଲି ଗ୍ରାମର ବିକୁ ନାଏକ ଗୁରୁତର ହୋଇ ପଡିଥିଲେ। ପରେ ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା କୁ ଆଣିଥିଲେ। ସେଠାରେ ଡାକ୍ତର ବିକୁଙ୍କୁ ମ୍ରୁତ ଘୋଷଣା କରିଥିଲେ। ଘଟଣାର ଖବର ପାଇ ଡାକ୍ତରଖାନାରେ ପୁଲିସ ପହଞ୍ଚିଥିଲା। ବିକୁର ମ୍ରୁତ୍ୟୁ ହୋଇଥିବା ଜାଣିବା ପରେ ତା ବାପା ବାସୁଦେବ ପୁଅର ଶବ ବ୍ୟବଚ୍ଛେଦ ନ କରିବା ନେଇ ହଟ୍ଟଗୋଳ କରିଥିଲେ। ଦୀର୍ଘ ସମୟ ଧରି ହଟ୍ଟଗୋଳ କରିଥିବା ଜଣାପଡିଛି। ଡାକ୍ତରଖାନାରେ ପୁଲିସ ଏସଆଇ ବି କେ ପଣ୍ଡା ପୁଲିସ ଫୋର୍ସ ନେଇ ଆସିଥିବା ବେଳେ ତହସିଲଦାର ଲକ୍ଷ୍ମଣ ମାଝୀ, ଅତିରିକ୍ତ ତହସିଲଦାର ଧିରଜ ପାତ୍ର, ଆରଆଇ ପ୍ରମୁଖ ଉପସ୍ଥିତ ଥିଲେ। ବହୁ ବୁଝାସୁଝା ପରେ ବି ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇ ନ ଥିଲା ବାସୁଦେବ। ପରେ ଏ ସମ୍ପର୍କରେ ପୁଲିସକୁ ଏକ ଲିଖିତ ଭାବେ ଦେଇ ମ୍ରୁତ ଦେହକୁ ନେଇଥିବା ଜଣାପଡିଛି।