ଚମ୍ପୁଆ: ବାରିଆ ଥାନା ଅଧୀନ ଭୂଇଁ ଗ୍ରାମରେ ଆଜି ଅପରାହ୍‌ଣରେ ବଜ୍ରାଘାତ ହେବାରୁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଭୂଇଁ ଗ୍ରାମର ଶଶିଭୂଷଣ ନାଏକ। ଆଜି ସେ ଚାଷକାମରେ ବିଲକୁ ଯାଇଥିଲେ। ପାୱାରଟିଲର ସାହାଯ୍ୟ​ରେ ହଳ ଚାଲିଥିଲାବେଳେ ସେ ବିଲହୁଡ଼ାରେ ଠିଆହୋଇଥିଲେ। ଏହି ସମୟରେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା।

Advertisment

ଫଳରେ ସେହିଠାରେ ହିଁ ସେ ଟଳି ପଡ଼ିଥିଲେ। ଏହା ଦେଖି ଜମିରେ ପାୱାରଟିଲର ଚଳାଉଥିବା ଯୁବକ ଗାଁ ଲୋକଙ୍କୁ ଡାକିଥିଲେ। ସଙ୍ଗେସଙ୍ଗେ ଭଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।