ଜୟପୁର: ପୌରପାଳିକାର ବହୁ ଅଂଚଳରେ ଦିନ ତମାମ ଷ୍ଟ୍ରିଟ୍ ଲାଇଟ୍ ଲାଗି ରହୁଥିବା ବେଳେ ରାତିରେ ଦେଖିବା ବେଳକୁ ଫୁସ୍। ଜୟନଗର ଛକରୁ ଗ୍ଲୋକାଲ ମେଡିକାଲ ଯିବା ପର୍ଯ୍ୟନ୍ତ, ଆକାଶବାଣୀ କେନ୍ଦ୍ରରୁ ଲେକ୍ ପ୍ଲେସିଡ୍, ବେଲରୋଡ ଛକରୁ ଗାନ୍ଧୀଛକ ପର୍ଯ୍ୟନ୍ତ ଲାଇଟ୍ ଗୁଡିକ ଦିନ ତମାମ ଲାଗି ରହିଥିବା ଦେଖିବାକୁ ମିଳିଛି। ଗତ ତିନି ଦିନ ହେବ ଦିନରେ ଏହି ଅଂଚଳ‌ ଗୁଡିକରେ ଲାଇଟ୍ ଲାଗି ରହୁଥିବା ବେଳେ ରାତିରେ ଆଉ ଲାଗୁ ନାହିଁ।

Advertisment

ସେଭଳି ସହରର ହାର୍ଟ ଭାବେ ପରିଚିତ ପାରାବେଡ଼ା ଅଂଚଳର କଥା ନ କହିବା ଭଲ। ସତ୍ୟ ଅଧିକାରୀ ଛକରୁ ବ୍ଲକ ଅଫିସ୍ ଛକ, ମ୍ୟୁଜିକ ସ୍କୁଲ ଛକରୁ ସନ୍ତୋଷୀ ମା ଛକ, ଶ୍ରୀମା ଓଶ୍ରୀଅରବିନ୍ଦ ମନ୍ଦିର ପଛ ପାର୍ଶ୍ବରେ ରାତିରେ ଲାଇଟ୍ ଗୁଡିକ ଲାଗୁ ନଥିବା ଦେଖିବାକୁ ମିଳିଛି। ଏପରିକି ଅଭିଯୋଗ କରିବା ସତ୍ବେ ବି ଏହାକୁ କିଭଳି ସଜାଡା ଯାଇ ହେବ ‌ସେ ଦିଗରେ ଠିକା ନେଇଥିବା ସଂସ୍ଥା ଚୁପ ହୋଇ ବସି ପଡ଼ିଛି। ଏପରିକି ଷ୍ଟ୍ରିଟ୍ ଲାଇଟ୍ ରାତିରେ ଲାଗୁନଥିବାରୁ ଅନ୍ଧାରର ସୁଯୋଗ ନେଇ ଟ୍ୟୁସନ୍ , କୋଚିଂ ସେଣ୍ଟର ଆଦିରୁ ଘରକୁ ଫେରୁଥିବା ଝିଅଙ୍କୁ ଅସମାଜିକ ମାନେ ହଇରାଣ ହରକତ ବି କରିବା, ଦୁର୍ବତ୍ତ ମାନେ ବାଇକ୍ ଓଘରୋଇ ସାମଗ୍ରୀ ଆଦି ଚୋରି କରି ନେବା ବି ଜାରୀ ରହିଛି।  ସହରର ୫ହଜାର ଲାଇଟରୁ ୧୩୧୪ଲାଇଟ୍ ଚୋରୀ ହୋଇଥିବା ବେଳେ ଠିକାସଂସ୍ଥା ଇଇଏସଏଲ୍ ନୂଆ ଲାଇଟ୍ ବି ଲଗାଉନି। ଦିନରେ ଲାଇଟ୍ ଲାଗି ରହିବା ଫଳରେ ବିଦ୍ୟୁତ ଦେୟ ବି ପୌରପାଳିକାକୁ ପ୍ରତିମାସରେ ୫ହଜାରରୁ ୧୦ହଜାର ଅଧିକା ଆସୁଛି। ତେବେ ଏହି ଅଧିକା ଦେୟ ପାଇଁ କିଏ ଉତ୍ତରଦାୟୀ। ପୌରପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।