ବଜ୍ରାଘାତରେ ୬ ବଳଦ, ଗାଈ ମୃତ

ପଣ୍ତାପଡା: ଘଟଗାଁ ବ୍ଲକ୍‌ ପଣ୍ତାପଡ଼ା ପଞ୍ଚାୟତ କମାରଗୋଡ଼ା ଗ୍ରାମ ଧରାପଡ଼ାସାହିରେ ବଜ୍ରାଘାତରେ ୬ଟି ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଆଜି ଦିନ ପ୍ରାୟ ଗୋଟାଏବେଳେ ସାହି ନିକଟରେ ଥିବା ଏକ ବରଗଛ ତଳେ ଗାଈଗୋରୁ ଆଶ୍ରୟ ନେଇଥିଲେ। ବଜ୍ରାପାତ ହେବାରୁ ଗ୍ରାମର ସହଦେବ ନାଏକଙ୍କ ଗୋଟିଏ, ରସାନନ୍ଦ ନାଏକଙ୍କ ଗୋଟିଏ, ଦିବାକର ନାଏକଙ୍କ ଦୁଇଟି ବଳଦ, ବଳଭଦ୍ର ନାୟକଙ୍କ ଗୋଟିଏ ବଳଦ ଏବଂ କିରଣ ନାଏକଙ୍କ ଗୋଟିଏ ବଳଦ ଓ ଗାଈ ପ୍ରାଣ ହରାଇଛନ୍ତି। ଏନେଇ ଗୋରୁ ମାଲିକମାନେ ପଣ୍ତାପଡ଼ା ପ୍ରାଣୀ ଚିକିତ୍ସକ ଡ. ତ୍ରିନାଥ ମହାନ୍ତ ଓ ରାଜସ୍ବ ନିରୀକ୍ଷକ ସୁକାନ୍ତ କୁମାର ଦାଶଙ୍କୁ ଅବଗତ କରିଛନ୍ତି। ସରକାରୀ ସହାୟତା ପାଇଁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର