ନବରଙ୍ଗପୁର: ବଜ୍ରାଘାତରେ ୨୧ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି ଏବଂ ଗୋଟିଏ ବାଛୁରୀ ଅଳ୍ପକେ ବର୍ତ୍ତିଯାଇଛି। ଆଜି ସଂଧ୍ୟା ୫ଟାରୁ ନବରଙ୍ଗପୁର ସହର ଓ ଆଖପାଖ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା।

Advertisment

publive-image

ନବରଙ୍ଗପୁର ଜିଲ୍ଲା ସଦର ମହକୁମାଠାରୁ କିଛି ମାତ୍ର ଦୂର ନନ୍ଦାହାଣ୍ଡି ବ୍ଲକ ପୋଡାଲଗୁଡାଠାରେ ହଠାତ୍ ବର୍ଷା ଆସିବାରୁ ରାସ୍ତା କଡରେ ଥିବା ଗୋରୁ ଗୁଡିକ ବିବେକା ତୁରୁକଙ୍କ ଘର ନିକଟରେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ଗୋରୁଙ୍କ ଉପରେ ବିଜୁଳି ପଡିଥିଲା । ତତ୍ କ୍ଷଣାତ ୨୧ଟି ଗୋରୁ ପ୍ରାଣ ହରାଇଥିବା ବେଳେ ଗୋରୁ ଗୋଠରେ ଥିବା ଗୋଟିଏ ବାଛୁରୀ ଅଳ୍ପକେ ବର୍ତ୍ତିଯାଇଛି। ସେହି ନିକଟରେ ଥିବା ଏକ ଘର ବାରଣ୍ଡାରେ ବସିଥିବା ମହିଳା ଗୀତାଞ୍ଜଳୀ ଶବର(୪୦) ଏହି ବଜ୍ରପାତରେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଇଥିବା ଜଣାପଡିଛି।