ବଜ୍ରପାତରେ ୧୫ ଗାଈ ଓ ୩ ଛେଳି ମୃତ, ସହାୟତା ପାଇଁ ପ୍ରଶାସନକୁ ଅନୁରୋଧ କଲେ ଆଦିବାସୀ ଲୋକେ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକର ଫୁଲବାଡି ଗାଁ ପଡିଆ ନିକଟରେ ବଜ୍ରପାତ ଯୋଗୁଁ ରବିବାର ଅପରାହ୍ଣରେ ୧୫ଟି ଗାଈ ଓ ୩ଟି ଛେଳିର ମୃତ୍ୟୁ ହୋଇଛିା ବଜ୍ରପାତ ଯୋଗୁଁ ଭୟଭୀତ ହୋଇ ଗାଈ ଚରାଳିମାନେ ଦୌଡି ପଳାଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ମାତ୍ର ଗାଈଗୋଠରେ ଥିବା ଛେଳି ଓ ଗାଈମାନଙ୍କର ମୃତ୍ୟୁ ହୋଇଥିଲାା

ଖବର ପାଇ ଲକ୍ଷ୍ମୀପୁର ତହସିଲ୍‌ ବିଭାଗର ରାଜସ୍ୱ ନୀରିକ୍ଷକ ପ୍ରଶାନ୍ତ ନାୟକ, ପ୍ରାଣୀଧନ ବିଭାଗର ଭିଏଏସ୍‌ ମନୋଜ ବେହେରାଙ୍କ ସହ ପୁଲିସ୍‌ କର୍ମଚାରୀ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତ ଗାଈଙ୍କୁ ବ୍ୟବଚ୍ଛେଦ କରି ଏହାର ମାଲିକମାନଙ୍କୁ ଫେରାଇ ଦେଇଛନ୍ତିା

ଗରିବ ଆଦିବାସୀ ଶ୍ରେଣୀର ଲୋକମାନଙ୍କ ଗାଈଗୁଡିକ ବଜ୍ରପାତ କାରଣରୁ ମୃତ୍ୟୁ ହୋଇଥିବା କାରଣରୁ ସେମାନଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ଗ୍ରାମବାସୀ ନିବେଦନ କରିଛନ୍ତିା ଫୁଲବାଡି ଗାଁର ଶିବ ମିଣିଆକା, ଯାଗଲି ମିଣିଆକା, ଲାଲୁ ମିଣିଆକା, ପଲାଇ ମିଣିଆକା, ଥିରୁ ମିଣିଆକାଙ୍କ ଗୋଟିଏ ଲେଖାଏ ଗାଈ ମୃତ୍ୟୁ ହୋଇଥିବା ବେଳେ ରାମ ମିଣିଆକା, ଯାଗା ମିଣିଆକାଙ୍କ ୨-୨ଟି ଓ ବିଟୁ ମିଣିଆକାଙ୍କ ୪ଟି ଗାଈ ମୃତ ହୋଇଥିବା ଜଣାପଡିଛିା ସେହିପରି ଲୁଲୁପଦର ଗାଁର ଲବି ହାଲୱାଙ୍କ ଦୁଇଟି ଗାଈର ମୃତ ହୋଇଥିବା ବେଳେ ବିଶ୍ୱାମିତ୍ର ହାଲୱାଙ୍କ ୩ଟି ଛେଳି ମଧ୍ୟ ମୃତ ହୋଇଥିବା ରିପୋର୍ଟ ସଂଗ୍ରହ କରାଯାଇଛିା

ରାୟଗଡା ଓ କୋରାପୁଟ ଜିଲ୍ଲାର ଅପହଞ୍ଚ ତଥା ସୀମାନ୍ତ ଅଞ୍ଚଳରେ ଥିବା ଫୁଲବାଡି ଗାଁର ଗରିବ ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ସେହିପରି ସେମାନେ ଗାଈଗୋରୁ ଛେଳି ଇତ୍ୟାଦି ପାଳନ କରି ଜୀବନ ଜୀବିକା ନିଭର କରୁଥିବା ବେଳେ ବଜ୍ରପାତ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଥିବାରୁ ଆଦିବାସୀମାନେ ନିରାଶ ହୋଇଛନ୍ତିା

ସମ୍ବନ୍ଧିତ ଖବର