ଗଂଜାମ: ବଜ୍ରଘାତରେ ଛେଳି ଚରାଳିର ମୃତ୍ୟୁ

ଭଞ୍ଜନଗର: ଆଜି ଅପରାହ୍ନରେ ତାରିସିଂ ଥାନା ଅର୍ନ୍ତଗତ ବଦାଙ୍ଗି ଗ୍ରାମରେ ବଜ୍ରପାତ ଘଟି ଜଣେ ଛେଳି ଚରାଳିର ମୃତ୍ୟୁ ଘଟିଛି। ବଦାଙ୍ଗି ଗ୍ରାମର ଶରତ ନାୟକ(୫୮) ଆଜି ମଧ୍ୟାହ୍ନ ସମୟରେ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲେ। ଅପରାହ୍ନ ସମୟରେ ଛେଳି ଚରାଉଥିବା ବେଳେ ବଜ୍ରପାତ ଘଟିବାରୁ ସେଠାରେ ହିଁ ଟଳି ପଡିଥିଲେ। ସଂନ୍ଧ୍ୟା ହେବାରୁ ଘରକୁ ନଫେରିବାରୁ ତାଙ୍କ ଝିଅ ଖୋଜିବା ପାଇଁ ସେଠାକୁ ଯାଇଥିବା ବେଳେ ସେଠାରେ ଶରତ ପଡିଥିବା ଦେଖିବାକୁ ପାଇଥିଲା। ଏହାପରେ ଗ୍ରାମବାସୀ ମାନେ ପୁଲିସକୁ ଖବର ଦେଇଥିଲେ। ଗାଲେରୀ ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚ ବର୍ତ୍ତମାନ ଶବ ଉଦ୍ଧାର କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର