ବୈପାରିଗୁଡା: ବଜ୍ରପାତରେ ଶାଶୁର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବୋହୂ ଆହାତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଜି. ମାଝିଗୁଡା ପଞ୍ଚାୟତ ଅନ୍ତର୍ଗତ ଧାନରାଙ୍ଗିଣୀ ଗ୍ରାମରେ।
ଗତକାଲି ସନ୍ଧ୍ୟା ପାଞ୍ଚଟା ବେଳେ ଧାନରାଙ୍ଗିଣୀ ଗ୍ରାମର ଘାସିଆଣି ଗାଦବା (୫୦) ଏବଂ ତାଙ୍କ ବୋହୂ ରଇଲା ଗାଦବା (୩୨) ନିଜ ଘର ବାହାରେ ଅଗଣାରେ ନିଆଁ ଜାଳି ବସିଥିଲେ। ଏହି ସମୟରେ ନିକଟରେ ଥିବା ଏକ ସଲପ ଗଛ ଉପରେ ବଜ୍ରପାତ ହୋଇଥିଲା। ତେବେ ଏହାର ଧକ୍କାରେ ଘାସିଆଣିଙ୍କ ଦେହରେ ଗୋଟିଏ ଅଂଶ କାନ୍ଧରୁ ପାଦ ଯାଏ ପୋଡିଯିବା ସହ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ପାଖରେ ବସିଥିବା ବୋହୂ ରଇଲାର ବାମ ହାତରେ ଆଘାତ ଲାଗିଥିଲା। ତେବେ ଉଭୟ ଅଚେତ ଅବସ୍ଥାରେ ପଡ଼ିରହିଥିବା ବେଳେ କିଛି ସମୟ ପରେ ରଇଲାର ଚେତା ଫେରିଥିଲା। ନିଜ ଶାଶୁଙ୍କର ଚେତା ଫେରି ନଥିବା ଦେଖି ଡ଼ାକ ପକାଇବାରୁ ଘାସିଆଣିଙ୍କ ଦ୍ଵିତୀୟ ପୁଅ ପହଞ୍ଚିବାରୁ ଦୁହେଁ ଘାସିଆଣିକୁ ଘର ଭିତରକୁ ନେଇଥିଲେ। ଏହାପରେ ଶାଶୁ ବୋହୂଙ୍କୁ ବୈପାରିଗୁଡା ଡ଼ାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ଘାସିଆଣିଙ୍କ ମୃତ୍ୟୁ ହୋଇଯାଇଥିବା ପ୍ରକାଶ କରିଥିଲେ। ରଇଲାଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଅଯାଇଛି। ତେବେ ଆଜି ଡ଼ାକ୍ତର ସକାଳେ ଘାସିଆଣିର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଶାଶୁ ଏବଂ ବୋହୂ ଉଭୟେ ବିଧବା ହୋଇଥିବାରୁ ସରକାରୀ ଅନୁଦାନ ପାଇଁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/unnamed.jpg)