ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଟାଡା ଅମ୍ବାପଳା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଥିଲା। ଫଳରେ ଘର ବାହାରେ ଥିବା ରମେଶ ସାହୁ ଓ ପୁରୁଶୋତ୍ତମ ସାହୁ ବଜ୍ରଘାତର ଶିକାର ହୋଇଥିଲେ। ଗ୍ରାମବାସୀ ତୁରନ୍ତ ଦୁହିଁଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ସେଠାରେ ଡାକ୍ତର ରମେଶ ସାହୁଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଘଟଣାସ୍ଥଳରେ ଦୁଇଟି ବଳଦଙ୍କ ମୃତ୍ୟୁ ହୋଇଥିବା ବି ଜଣାପଡ଼ିଛି।

ସମ୍ବନ୍ଧିତ ଖବର