ହାଟଡ଼ିହି/ଭଦ୍ରକ: ବଜ୍ରପାତରେ ଚାଲିଯାଇଛି ଦୁଇ ଚାଷୀଙ୍କ ଜୀବନ। ଏତଦ୍ ବ୍ୟତୀତ ୩ ଜଣ ଲୋକ ଆହତ ହୋଇଛନ୍ତି। ବିଲରେ ଚାଷ କାମ କରୁଥିବା ସମୟରେ ବଜ୍ରାଘାତ ଯୋଗୁ ଦୁଇ ଚାଷୀ ମୃତ୍ୟୁବରଣ କରିଛନ୍ତି। ମୃତକମାନେ ହେଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଗ୍ରାମର ନୃସିଂହ ଜେନା(୫୦) ଓ କାହ୍ନୁ ଜେନା(୪୮)। ଢେଙ୍କାନାଳ ଜିଲ୍ଲା ପରଜଂଗ ବ୍ଲକ କୁଆଳୋ ଓ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅନ୍ତର୍ଗତ ଗୋଦରୀବିଲିଠାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ନନ୍ଦିପୁରଗାଁର ଆହତ ବ୍ୟକ୍ତିମାନେ ହେଲେ ପ୍ରଭାକର ସାହୁ, ଅନିରୁଦ୍ଧ ବେହେରା ଓ ପ୍ରଶାନ୍ତ ନାୟକ।
/sambad/media/post_attachments/wp-content/uploads/2022/07/9ab1f5d6-6dd7-4b65-9414-be2998006f83.jpg)
ସୂଚନା ଅନୁସାରେ ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ସମଣା ପଞ୍ଚାୟତ ବହାରିପୁର ଗ୍ରାମରେ। ଗ୍ରାମର ନୃସିଂହ ଜେନା ଓ କାହ୍ନୁ ଜେନା ବିଲକୁ ଚାଷ କାମ କରିବାକୁ ଯାଇଥିବା ବେଳେ ଦିନ ଗୋଟାଏ ବେଳେ ବଜ୍ରାଘାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ପାଖ ବିଲରେ କାମ କରୁଥିବା ଅନ୍ୟ ଲୋକମାନେ ଦଉଡି ଆସି ସେମାନଙ୍କୁ ରାସ୍ତା ଉପରକୁ ଆଣିଥିଲେ। ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ପଠାଯାଇଛି।
ନନ୍ଦିପଦା ପୁଲିସ ଡାକ୍ତରଖାନାରେ ପହଂଚି ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ମୃତକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଢେଙ୍କାନାଳ ଜିିଲ୍ଲା କାମାକ୍ଷାନଗର ବ୍ଲକ୍ ତୁମୁସିଙ୍ଗା ଥାନା ଅନ୍ତର୍ଗତ ଗୋଦରୀବିଲିଠାରେ ଆଜି ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ରାୟନୃସିଂହପୁର ଗାଁ’ର ମହେଶ୍ୱର ସେଠୀ (୬୫)। ମିଳିଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ମହେଶ୍ବର ଗୋଦରୀବିଲିଠାରେ ଥିବା ନିଜର ଧାନ ବିଲକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଅଁଳାବେରେଣି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନା ନିଆଯାଇଛି। ତୁମୁସିଙ୍ଗା ଥାନା ପୁଲିସ ଏହାର ତଦନ୍ତ କରୁଛି। ଚାଷୀ ମହେଶ୍ବରଙ୍କ ମୃତ୍ୟୁରେ ରାୟନୃସିଂହପୁର ପଞ୍ଚାୟତରେ ଶୋକପ୍ରକାଶ ପାଇଛି। ସରପଞ୍ଚ ଶିଶିରକାନ୍ତ ବେହେରା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/SJM-L-LIGHTNING-0817-11.jpg)