ଟ୍ରାନ୍ସଫର୍ମର ମରାମତି ବେଳେ ଅଧଘଣ୍ଟାଏ ଖୁଣ୍ଟରେ ଝୁଲିଲେ ଲାଇନମ୍ୟାନ, ଗୁରତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବନମାଳୀପୁର ପ୍ରଧାନପାଟଣା ଟ୍ରାନ୍ସଫର୍ମର ଡିପି ମରାମତି ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନ ଗୁରତର ଆହତ ହୋଇଛନ୍ତି ସେ ହେଲେ ସ୍ବପ୍ନଜିତ ଷଢଙ୍ଗୀ ବିପଦ ଶଙ୍କୁଳ ଅବସ୍ଥାରେ ଅଧଘଣ୍ଟାଏରୁ ଉର୍ଦ୍ଧ ସମୟ ଧରି କର୍ମଚାରୀ ଜଣଙ୍କ ଖୁଣ୍ଟରେ ଓହଳି ଝୁଲି ରହିଥିଲେ ଘଟଣା ସ୍ଥଳରେ ଉପସ୍ଥିତ ଜନ ସାଧାରଣ ତାଙ୍କୁ ଉଦ୍ଧାର କରି ୧0୮ ଆମ୍ବୁଲାନ୍ସ ଯୋଗେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି  ପ୍ରାଥମିକ ଚିକିତ୍ସା କରାଇଥିଲେ ଅବସ୍ଥା ଗୁରତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି

ସୂଚନା ଅନୁସାରେ , ବାତ୍ୟା ୟାସ ପ୍ରଭାବରେ ବନମାଳୀପୁର ଗଡ଼ ଚାରିପଡା ଷ୍ଟ୍ରକ୍ଚର ଅଧୀନରେ ଉପଭୋକ୍ତା ୨୪ ଘଣ୍ଟା ଅନ୍ଧାରରେ ରହିଥିଲେ ପ୍ରଧାନ ପାଟଣା ଟ୍ରାନ୍ସଫର୍ମରରେ ତ୍ରୁଟି ଥିବାରୁ ଏପରି ହୋଇଥିଲା | ଆଜି ସକାଳୁ ଉକ୍ତ ଅଞ୍ଚଳରେ କାର୍ଯ୍ୟରତ ଲାଇନ ମ୍ୟାନ ସ୍ବପ୍ନଜିତ ଷଢଙ୍ଗୀ ମରାମତି ପାଇଁ ଯାଇଥିଲେ ଖୁଣ୍ଟରେ ଚଢି କାର୍ଯ୍ୟ କରୁଥିବା ବେଳେ ଅସାବଧାନତା ହେତୁ କରେଣ୍ଟ ସଂସ୍ପର୍ଶରେ ଆସିଥିଲେ ତଳକୁ ଝିଟିକି ପଡିବା ସମୟରେ ସ୍ବଭାଗ୍ୟ ବଶତଃ ସେହି ଖୁଣ୍ଟରେ ତାଙ୍କର ଗୋଟିଏ ଗୋଡ଼ ପଶି ରହି ଯାଇଥିଲା |ଏବଂ ଦୀର୍ଘ ସମୟ ସେଇ ଖୁଣ୍ଟରେ ଝୁଲି ରହିଥିଲେ କରେଣ୍ଟ ଭୟରେ ଲୋକ ପାଖ ମାଡି ନ ଥିଲେ ବିଦ୍ୟୁତ ସଂଯୋଗ ବିଛିନ୍ନ ହେବା ପରେ ତାଙ୍କୁ ଉଦ୍ଧାର କରା ଯାଇଥିଲା କରେଣ୍ଟ ଲାଗିବା ଦ୍ୱାରା ତାଙ୍କର ୨ ଗୋଡ଼ ପୋଡି ଯାଇଛି | ଏକାଧିକବାର ବାନ୍ତି ହୋଇଥିଲା ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି | ବାଲିପାଟଣା ବିଦ୍ୟୁତ ଵିଭାଗ ସହକାରୀ ଯନ୍ତ୍ରୀ ମଦନ ମୋହନ ଜେନା ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ ସୁସ୍ଥ ହୋଇ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଯନ୍ତ୍ରୀ ଶ୍ରୀ ଜେନା କହିଛନ୍ତି

ସମ୍ବନ୍ଧିତ ଖବର