ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମକରୁଥିବା ବେଳେ ଅଘଟଣ; ୧୧ କେଭି ତାର ସଂସ୍ପର୍ଶରେ ଆସି ଲାଇନ୍‌ମ୍ୟାନ୍‌ ମୃତ

ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ରାମପୁର ଅଂଚଳର ଏକ ଖୁଣ୍ଟରେ ଚଢି କାମକରୁଥିବା ବେଳେ ଲାଇନ୍‌ମ୍ୟାନ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ଲାଇନମ୍ୟାନଙ୍କ ନାମ ନିରଞ୍ଜନ ବାଘ। ସେ ବାଲିଶଙ୍କରା ଚାନ୍ଦିନୀମାଲର ନିବାସୀ ଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ରାଉରକେଲା ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଖବର ପାଇଁ ପୁଲିସ ଶବ ଜବତ କରିଥିବାବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର