ବିଦ୍ୟୁତ୍‌ ଖୁଣ୍ଟରୁ ଖସି ଲାଇନ୍‌ମ୍ୟାନ୍‌ ମୃତ 

Advertisment
ସାପ କାମୁଡ଼ାରେ ୧୧ ବର୍ଷୀୟା ନାବାଳିକାର ମୃତ୍ୟୁ

sisat

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳରେ ଶନିବାର ୧୧ କେଭି ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ଜଣେ ଲାଇନମ୍ୟାନଙ୍କ ଖସିପଡ଼ି ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ବାରକୋଟ ବିଦ୍ୟୁତ ସେକ୍ସନ ପୁରୁଣା ବାରକୋଟ ଅଞ୍ଚଳରେ ଆଜି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳର ଲାଇନ୍‌ମ୍ୟାନ ପୁରୁଷୋତ୍ତମ ବାଡା ଅନ୍ୟ ଜଣେ ସହକର୍ମୀଙ୍କ ସହ ବିଦ୍ୟୁତ ତାର ମରାମତି ପାଇଁ ୧୧ କେଭି ଖୁଣ୍ଟକୁ ଚଢ଼ିଥିଲେ। କାମ କରୁଥିବା ବେଳେ ଅସାବଧାନତା ବଶତଃ ସେ ଖୁଣ୍ଟରୁ ତଳକୁ ଖସି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ସାଥୀ କର୍ମଚାରୀ ଏ ନେଇ ବାରକୋଟ ଅଗ୍ନିଶମ ବିଭାଗ ଓ ପରେ ବାରକୋଟ ବିଦ୍ୟୁତ୍‌ ସେକ୍ସନ ଜେଇଙ୍କୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାରକୋଟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ପୁରୁଷୋତ୍ତମଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବାରକୋଟ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe