କାମାକ୍ଷାନଗର: ଢେ଼ଙ୍କାନାଳ ଜିଲା କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗ ତରଫରୁ ମିଳିତ ଭାବରେ ପୃଥକ ପୃଥକ ଜାଗାରେ ଚଢ଼ାଉ କରାଯାଇ ଏକ ଅଟୋ ସହ ମଦ ଜବତ କରାଯାଇଛି | ଏହି ଘଟଣାରେ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ମିଳିଥିବା ସୂଚନା ମୁତାବକ ଜିରିଡାମାଳି ନିକଟରୁ ଅଟୋ ସହ ୧୫୦ ଲିଟର ଦେଶୀ ମଦ ଜବତ କରିବା ସାଙ୍ଗକୁ ରୂପେନ୍ଦ୍ରନାଥ ସୋରେନଙ୍କୁ ଗିରଫ କରାଯାଇଛି ।
ସେହିପରି ବାଟଗାଁ ନିକଟରୁ ଜାନକୀ ହାଂସଦାଙ୍କଠାରୁ ୨୫ ଲିଟର ଓ ଭାଲୁମୁଣ୍ଡାଠାରୁ ବାସନ୍ତୀ ହାଂସଦାଙ୍କଠାରୁ ୨୨ ଲିଟର ଦେଶୀମଦ ଜବତ କରି ଉଭୟଙ୍କୁ ଗିରଫ କରାଯାଇଛି । ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ କାମାକ୍ଷାନଗର ଅଧିକାରୀ ସଂଜୀବ କୁମାର ଶର୍ମା,ପରଜଙ୍ଗ ଅଧିକାରୀ ଆରତୀ ମିଶ୍ର ,ଏଏସଆଇ ବିଶ୍ୱରଞ୍ଜନ ନାଥ, କନେଷ୍ଟବଳ ଦେବବ୍ରତ ରାଉଳ,ପରମଜ୍ୟୋତି ସିଂ, ହରିହର ସୋରେନ,ଗୋଲାପ ସାହୁ ପ୍ରମୁଖ ଚଢ଼ାଉ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/e228a215-3207-4468-8728-02f7f6634122.jpg)