ଅବକାରୀ ଧରପଗଡ଼: ୭୪୦୦ ଲିଟର ପୋଚ ଓ ୫୧୦ ଲିଟର ଦେଶୀ ମଦ ଜବତ

ବୋରିଗୁମ୍ମା: ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବି ସିଂହପୁର ଥାନା ଅଧିନ ପାଠୁଆଗୁଡା ଓ ଭୂମିଆଗୁଡା ଗ୍ରାମରେକୋରାପୁଟ ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଓ ଏପିଆର ଫୋର୍ସ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ଏହି ମିଳିତ ଚଢ଼ଉରେ ଅବକାରୀ ବିଭାଗ କୁ ବେଶ ସଫଳତା ମିଳିଛି। ମୋଟ ଭାବେ ବଣ ପାହାଡ଼ ଘରରେ ଚୋରା ଦେଶୀ ମଦ ପ୍ରସ୍ତୁତି ସମୟରେ ୭୪୦୦ ଲିଟର ପୋଚକୁ ନଷ୍ଟ କରିବା ସହ ୫୧୦ ଦେଶୀ ମଦକୁ ଜବତ କରାଯାଇଛି ବୋଲି ବୋରିଗୁମ୍ମା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ କେ. ତ୍ରିପତୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏଥିସହ ଦୁଇଟି ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି। ଜୟପୁରର ଆସିଷ୍ଟାଣ୍ଟ କଲେକ୍ଟର ସ୍ନିଗ୍ଧାରାଣୀ ପଲେଇ ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଥିବା ବେଳେ ଅବକାରୀ ବିଭାଗର ଅଧିକାରୀ ଦ୍ରୁପଦଳ ବିଶ୍ବାଳ ଓ ଅବକାରୀ ବିଭାଗର ବହୁ ଅଧିକାରୀ ଆଜିର ଧରପଗଡ଼ରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର