ଅବକାରୀ ଧରପଗଡ଼, ୫୭୦୦ ଲିଟର ପୋଚ ଓ ୬୯୦ ଲିଟର ଦେଶୀ ମଦ ନଷ୍ଟ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଲଦୀଯୋଡି ଗ୍ରାମରେ ଅବକାରୀ ଓ ପୁଲିସ ବିଭାଗ ମିଳିତ ଭାବେ ଚଡଉ କରାଯାଇଛି। କୋରାପୁଟ ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଓ ପୁଲିସ ବିଭାଗର ଅଧିକାରୀ ମାନେ ଚଡଉ କରି ବେଆଇନ ଭାବେ ଦେଶୀ ମଦ ନିମନ୍ତେ ପ୍ରସ୍ତୁତ ଥିବା ୫୭୦୦ ଲିଟର ପୋଚକୁ ନଷ୍ଟ କରିବା ସହ ୬୯୦ ଲିଟର ଦେଶୀ ଚୋରା ମଦକୁ ନଷ୍ଟ କରାଯାଇଛି ବୋଲି ବୋରିଗୁମ୍ମା ଅବକାରୀ ଥାନା ଅଧିକାରୀ କେ. ତ୍ରିପତି ପଟ୍ଟନାୟକ ସୂଚନା ଦେଇଛନ୍ତି।

ଲଦୀଯୋଡି ଗ୍ରାମ ହେଉଛି ଚୋରା ଦେଶୀ ମଦର ପେଣ୍ଠସ୍ଥଳୀ। ଏହି ଗ୍ରାମ ନିକଟ ବଣପାହାଡ଼ ଘେରରେ ଚୋରାରେ ଦେଶୀ ମଦ ପ୍ରସ୍ତୁତ କରି ସାରା ବ୍ଳକକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଅବକାରୀ ବିଭାଗ ବାରମ୍ବାର ଲଦୀଯୋଡିରେ ଚଡଉ କରିବା ପରେ ବି ଚୋରା ଦେଶୀ ମଦ ଚାଲାଣ ବନ୍ଦ ହେଉନାହିଁ। ଏହି ଚଡଉରେ ପୁଲିସ ଡିଭିଏଫର ଅଧିକାରୀ ଓ ପୁଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର