ରସିକିଆ ଟ୍ୟୁସନ ମାଷ୍ଟର: ଏକୁଟିଆ ଡ଼ାକି ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ମହଙ୍ଗା ପଡ଼ିଲା, ସିଲ୍ ହେଲା କୋଚିଂ ସେଣ୍ଟର

ଜୟପୁର: କୋଚିଂ ସେଣ୍ଟର କବାଟ ବନ୍ଦ କରି ନବମ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏ ନେଇ କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତାଙ୍କ ମାଇଁ। ଅଭିଯୋଗ ପାଇବା ପରେ ପୁଲିସ ସମ୍ପୃ୍କ୍ତ ଟ୍ୟୁସନ ମାଷ୍ଟରକୁ ଅଟକ ରଖି ପଚରାଉଚୁରା କରିବା ପରେ ଆସନ୍ତାକାଲି କୋଭିଡ ଟେଷ୍ଟ କରିବା ପରେ କୋର୍ଟ ଚାଲାଣ କରାଯିବ।ଏହାସହ ନାବାଳିକାଙ୍କର ଧାରା ୧୬୪ରେ ବୟାନ ରେକର୍ଡ କରିଛି ପୁଲିସ। ଏହାସହ ଜୟପୁର ରାଜୁ ସାହିରେ ରହିଥିବା ଟ୍ୟୁସନ୍ କେନ୍ଦ୍ରକୁ ସିଲ କରିଛି ପୁଲିସ। ଭୂଗୋଳ ଶିକ୍ଷକ ଜଣକ ହେଲେ ଜୟପୁର ସହର ରାଜୁ ସାହିର ଅକ୍ଷୟ କୁମାର ପଣ୍ଡା (୩୨)। ଅଭିଯୁକ୍ତ ଶିକ୍ଷକକୁ ଗତକାଲିଠାରୁ ଅଟକ ରଖି ପୁଲିସର ପଚରା ଉଚରା କରିବା ପରେ ଆସନ୍ତାକାଲି ପୁଲିସ କୋର୍ଟ ଚାଲାଣ କରିବାକୁ ଯୋଜନା କରିଛି। ପୁଲିସ ୨୪୧/୨୦୨୦ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଆଇପିସିର ୩୭୬ (୨) (ଏଫ), ୩୭୬ (୩)  ଓ ପୋସ୍କୋ ଆକ୍ଟରେ ଗିରଫ କରିଛି। ଏହାର ତଦନ୍ତ ଦାୟିତ୍ବ ଏସଆଇ ଶୁକ୍ଳା ମଣ୍ଡଳକୁ ଦିଆଯାଇଥିବା କହିଛନ୍ତି ଟାଉନ ଥାନାଧିକାରୀ ବାଲେଶ୍ବର ଗିଧି।

ମିଳିଥିବା ସୂଚନା ମୁତାବକ କୋଭିଡ ହେତୁ ଏବେ ସ୍କୁଲ ବନ୍ଦ ରହିଥିବାବେଳେ ସବୁଠି ଅନଲାଇନରେ କ୍ଲାସ ଚାଲିଛି। ଚଳିତମାସ ୧୯ ତାରିଖରୁ ଏହି କୋଚିଂ ସେଣ୍ଟରରେ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖ ଯାଏ ଚାଲିଥିଲା। ସେହିଦିନ ହିଁ ନାବାଳିକା ଜଣକ ସନ୍ଧ୍ୟା ୮ଟା ୩୦ ବେଳେକୁ ସେଣ୍ଟରକୁ ଯାଇଥିଲେ। ସେଠାରେ ଖାତା ଦେବାବେଳେ ଏପରି କାଣ୍ଡ ଭିଆଇଥିଲେ ଭୂଗୋଳ ଶିକ୍ଷକ। ୨୨ ତାରିଖରେ ନାବାଳିକା ଜଣକ ତାଙ୍କ ବାପାମାଙ୍କୁ ଜଣାଇଥିବାବେଳେ ୨୩ ତାରିଖ ଦିନ ଅଭିଯୋଗ ଦେଇଥିଲେ ନାବାଳିକାଙ୍କ ମାଇଁ। ତାପରେ ପୁଲିସ ଅଭିଯୋଗକୁ ଭିତ୍ତି କରି ପୁଲିସ ଉକ୍ତ ଶିକ୍ଷକ ଅକ୍ଷୟ କୁମାର ପଣ୍ଡାଙ୍କୁ ଏକ ମଦ ଆଡ୍ଡାରୁ ଉଠାଇ ଆଣିଥିଲା। ପଚରାଉଚରା କରିବା ପରେ ସବୁ ମାନିଥିଲା। ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି। ଛାତ୍ରୀ ଜଣଙ୍କ ମୟୂରଭଂଜ ଜିଲ୍ଲାର ହୋଇଥିବା ବେଳେ ଜୟପୁରରେ ସମ୍ପର୍କୀୟଙ୍କ ଘରେ ରହି ପାଠ ଏକ ବିଦ୍ୟାଳୟରେ ପଢ଼ୁଥିଲେ । ଅଭିଯୋଗକୁ ଆଧାରରେ ପୋଲିସ ଉଭୟ ନାବାଳିକା ଓ ଶିକ୍ଷକଙ୍କୁ ଭିନ୍ନ ଭିନ୍ନ ସମୟରେ ଡାକ୍ତରୀ ମାଇନା କରାଯାଇଛି। ଶିକ୍ଷକ ଜଣକ ଜଣେ ଉକ୍ତ ନାବାଳିକାଙ୍କ ପରି ଅନ୍ୟ ନାବାଳିକାଙ୍କୁ ମଧ୍ୟ ଏକାନ୍ତରେ ଆସିବାକୁ କହିଥାନ୍ତି।

ଏଭଳି କାରନାମା ପାଇଁ ଉକ୍ତ ଶିକ୍ଷକଙ୍କ ନାମରେ ପୂର୍ବରୁ ୩୦୬/୧୭ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଏକ ଘରୋଇ ବିଦ୍ୟାଳୟରୁ ତଢା ଖାଇଛନ୍ତି। ତେବେ ଉକ୍ତ ଶିକ୍ଷକ ଜଣଙ୍କର  ବିବାହିତ ହୋଇଥିବାବେଳେ ତାଙ୍କୁ ତାଙ୍କ ସ୍ତ୍ରୀ ପରିତ୍ୟାଗ କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ବାଲେଶ୍ବର ଗିଧି। ପୂର୍ବରୁ ଏହି କୋଚିଂ ସେଣ୍ଟର ଓ ଏହିଠାରେ କାର୍ଯ୍ୟ କରୁଥିବା ଉକ୍ତ ଶିକ୍ଷକଙ୍କ ନାମରେ ଏପରି ଅଭିଯୋଗ ଆସିଛି। ହେଲେ ଏହାକୁ ଚାପ ପକାଇ ଚାପି ଦିଆଯାଇଛି। ଏହାକୁ ନେଇ ସହରରେ ନାନା ଆଲୋଚନା ଚାଲୁଥିବାବେଳେ ପରବର୍ତ୍ତୀ ସମୟରେ ତଦନ୍ତରେ ସବୁ ଖିଅ ବାହାରିବା ଆଶା କରାଯାଉଛି। ତେବେ ଏହି ଘଟଣା ସବୁ କୋଚିଂ ସେଣ୍ଟରରେ ହୋଇଥିବା କୋଚିଂ ସେଣ୍ଟର ମାଲିକ ସନ୍ତୋଷ ତ୍ରିପାଠୀଙ୍କୁ କାହିଁକି ଗିରଫ କରାଯାଇନାହିଁ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଥିରେ ସେ ସମ୍ପୃକ୍ତି ରହିଥିବା ପୁଲିସ ବିଚାରକୁ ନେଇ ଆଜି କୋଚିଂ ସେଣ୍ଟରକୁ ସିଲ କରିଥିବାବେଳେ ତାଙ୍କୁ କେବେ ଗିରଫ କରାଯିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର