ରାଉରକେଲା: ସହରରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ସହଜରେ ବ୍ୟାଙ୍କରୁ ଋଣ ମଞ୍ଜୁର ପାଇଁ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ପକ୍ଷରୁ ପ୍ରୟାସ କରାଯାଇଛି। ଏନେଇ ଆଜି ସଫେଇ ମିତ୍ର-ବ୍ୟାଙ୍କ୍ କର୍ତୃପକ୍ଷ- ପ୍ରଶାସନର ଏକ ତ୍ରିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହ ନିର୍ମାଣ ଓ ସହର ବିକାଶ ମନ୍ତ୍ରାଳୟର କ୍ରିଷ୍ଣା ଭଗତ ଅନଲାଇନ୍ରେ ଯୋଗଦେଇ ସଫଇେ ମିତ୍ରଙ୍କ ପାଇଁ ଥିବା ବ୍ୟାଙ୍କ୍ର ବିଭିନ୍ନ ସେବା ବିଷୟରେ ଆଲୋକପାତ କରିଥିଲେ।
ଆର୍ଏମ୍ସି କମିସନର ଦିବ୍ୟଜ୍ୟୋତି ପରିଡ଼ା, ଡେପୁଟି କମିଶନର ସୁଧାଂଶୁ ଭୋଇ ପ୍ରମୁଖ କମ୍ ସୁଧରେ ଋଣ ନେବା ଓ ଏହାର ସଦୁପଯୋଗ କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ୨୦୬ ଜଣ ସଫେଇ କର୍ମଚାରୀ ସାମିଲ ହୋଇଥିଲେ। ଆଲୋଚନାରେ ଏସ୍ବିଆଇ, ଆଇଓବି ଓ କାନାରା ବ୍ୟାଙ୍କ୍ର ଅଧିକାରୀମାନେ ସାମିଲ ହୋଇଥିଲେ।