ଜଗତସିଂପୁର: ଅନ୍‌ଲୋଡିଂ ବେଳେ ବାଲି ତଳେ ପୋତି ହୋଇ ନାବାଳକ ଶ୍ରମିକଙ୍କର ମୃତ୍ୟୁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁରୁଣାଗଡ଼ ଗାଁରେ ବାଲି ତଳେ ପୋତି ହୋଇ ଜଣେ ନାବାଳକ ଶ୍ରମିକଙ୍କର ମୃତ୍ୟୁ ଘଟିିଛି। ଗୁରୁତର ଅବସ୍ଥାରେ ବାଲିତଳୁ ଉଦ୍ଧାର କରି ନାବାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା ସଦର ଥାନା ବେନୁପୁର ବଳରାମପୁର ଗ୍ରମର ବାବୁଲି ସାହୁଙ୍କ ୧୭ ବର୍ଷର ପୁଅ ରାକେଶ ସାହୁ ଗତ ୭ ଦିନ ତଳେ ଉଲ୍ଲାସ କାବୁଙ୍କ ହାଇଓ୍ଵାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ହାଇଓ୍ଵାରେ ବାଲି ବୋଝେଇ କରି ପୁରୁଣାଗଡ଼ ଗାଁକୁ ଅନ୍‌ଲୋଡ କରିବାକୁ ଯାଇଥିଲେ। ତେବେ ରାକଶ ହାଇଓ୍ଵା ପଛରେ ଠିଆ ହୋଇଥିିବା ବେଳେ ଡ୍ରାଇଭର ଅଜାଣତରେ ହାଇଓ୍ଵାର ହାଇଡ୍ରୋଲିକ ବ୍ୟବସ୍ଥା ଅନ କରି ବାଲି ଅନ୍‌ଲୋଡ଼ିଂ କରି ଦେଇଥିଲେ।ଏହି ବାଲି ରାକେଶଙ୍କ ଉପରେ ଅଜାଡ଼ି ହୋଇପଡ଼ିବାରୁ ସେ ବାଲିରେ ପୋତି ହୋଇ ଶ୍ୱାସ ରୁଦ୍ଧ ହୋଇ ଯାଇିଥିଲେ। ସଙ୍ଗେସଙ୍ଗେ ବାଲି ତଳୁ ଉଦ୍ଧାର କରି ରାକେଶକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେତେବେଳକୁ ରାକେଶଙ୍କର ମୃତ୍ୟୁ ଘଟି ସାରିଥିବା ଡାକ୍ତର ଘୋଷଣା କରିଥିଲେ।ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନାଲାଗି ରହିଛି।

ସମ୍ବନ୍ଧିତ ଖବର