ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ୬ନଂ ୱାର୍ଡର ରାସେଡ଼ିସାହି ଠାରୁ କାଣିକୁଟି ପାଣିପମ୍ପ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଥିବା ଏବଂ ନୂତନ ରାସ୍ତା ନିର୍ମାଣ ନିମନ୍ତେ ଗତ ମାସ ୧୪ତାରିଖ ଦିନ ସମ୍ବାଦରେ ଏକ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ବ୍ଲକ ପ୍ରଶାସନ ଏହି ରାସ୍ତା ନିର୍ମାଣ ନିମନ୍ତେ ତତ୍ପରତା ଦେଖେଇ ଆଜି ଏହି ଗାଁରେ ବିଡ଼ିଓ ମନୋଜ କୁମାର ଦେବତାଙ୍କ ନେତୃତ୍ୱରେ ଏଇଇ ଅସିତ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଏହି ଗାଁରେ ପହଞ୍ଚି ରାସ୍ତା ଏବଂ କଲଭର୍ଟ ଅବସ୍ଥା ଦେଖିବା ସହ ଅନୁଧ୍ୟାନ କରି ଆସନ୍ତା ଦିନେ ଦୁଇ ଦିନ ଭିତରେ ରାସ୍ତା କାମ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2024/05/IMG-20240530-WA0152.jpg)
ରାସ୍ତା ସହ ବିପଦ ଶଙ୍କୁଳ ଅବସ୍ଥାରେ ଥିବା କଲଭର୍ଟ ଟି ବି ନିର୍ମାଣ କରାଯିବ ବୋଲି ବିଡ଼ିଓ କହିଛନ୍ତି। ଏହା ପରେ ଡିଏଭି ଠାରୁ ଦୁଗୁଡିପାରି ରାସ୍ତା ଏବଂ କଲଭର୍ଟ ସ୍ଥଳ ବୁଲି ଦେଖିବା ସହ ଏହି ରାସ୍ତା ଏବଂ କଲଭର୍ଟ ତୁରନ୍ତ ନିର୍ମାଣ କରିବାକୁ ନିର୍ଦେଶ ଦେଇଛନ୍ତି। ଦିନେ ଦୁଇ ଦିନ ଭିତରେ ଏହି କାର୍ଯ୍ୟ ଆରମ୍ଭ ହୋଇଯିବା ନେଇ ବିଡ଼ିଓ ପ୍ରସୂତି ଆରମ୍ଭ କରିଦେଇଛନ୍ତି। ଏହି ଦୁଇ ରାସ୍ତା ଏବଂ କଲଭର୍ଟ ନିର୍ମାଣ ନେଇ ସମ୍ବାଦ ରେ ଖବର ପ୍ରକାଶ ପରେ କଳିଙ୍ଗା ଅଞ୍ଚଳର ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ପ୍ରକାଶିତ ଖବରକୁ ବିଭାଗୀୟ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଏବଂ୫ଟି ଅଧ୍ୟକ୍ଷଙ୍କ ନିକଟକୁ ଟ୍ୟୁଟ କରି ଜଣେଇବା ପରେ ପ୍ରଶାସନିକ ଅଧିକାରୀମାନେ ତତ୍ପରତା ଦେଖିଇଥିଲେ ହେଲେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଯୋଗୁଁ କିଛି ପଦକ୍ଷେପ ନେଇପାରିନଥିଲେ। ନିର୍ବାଚନ ଭୋଟ ଗଣତି ସରୁ ସରୁ ଏହି କାର୍ଯ୍ୟ ଆରମ୍ଭ ନେଇ ବ୍ଲକ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/IMG-20240530-WA0171.jpg)