ନିର୍ମାଣାଧୀନ ଘର ଉପରୁ ପଡି ଶ୍ରମିକର ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏକ ୨ ମହଲ। ଘର ଉପରେ କାମ ଚାଲୁ ଥିବା ବେଳେ ଖସି ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ଘର ମାଲିକ୍ ଶ୍ରମିକ ଦୁର୍ଘଟଣାରେ ମୃତ୍ୟୁ ହେଲା ବୋଲି କହି ଶବକୁ ଗାଁରେ ଛାଡି ଦେବା ଓ ପରେ ପରିବାର ଲୋକେ ଘଟଣା ଜାଣିବା ପରେ ଉତ୍ତେଜିତ ହେଇ ଉମରକୋଟ ନବରଙ୍ଗପୁର ରାସ୍ତାକୁ ଅବରୋଧ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ଭରନ୍ଦି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଆଦିବାସୀ ମହୁଲି ଗ୍ରାମର ଟଙ୍କଧର ଭତ୍ରା (୨୭) ଗ୍ରାମ ନିକଟସ୍ଥ ମହୁଲି ବଙ୍ଗୀୟ ଗ୍ରାମର ମିସ୍ତ୍ରୀ ଭାବେ କାମ କରୁଥିବା ମହାଦେବ ମିସ୍ତ୍ରୀଙ୍କ ପାଖରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ବର୍ତ୍ତମାନ ମହାଦେବଙ୍କ କାମ ଉମରକୋଟ ସହର ହାଟପଦ। ସାହିଠାରେ ଥିବା ନିର୍ମଳ। ଫେନସି ଡିଲରଙ୍କ ଅଫିସ୍ ଉପରେ ଗୋଦାମ ଗୃହର ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ଗୋଦାମ ଗୃହର  କାମ ଚାଲୁଥିଲା।

ଖର। ଦିନ ଯୋଗୁଁ କାମ ଭୋରରୁ ଆରମ୍ଭ ହେଇଥିଲା। ତେବେ ହଠାତ୍‌ ଶ୍ରମିକ ଟଙ୍କ ତଳକୁ ପଡି ଯାଇଁ ମୃତ୍ୟୁବରଣ କରିଥିଲେ। ତେବେ ଗୋଦାମ ଗୃହର ମାଲିକ୍ ପରିତୋଷ ଚନ୍ଦ୍ର ଦେ ଶ୍ରମିକଙ୍କ ଉମରକୋଟ ଡାକ୍ତରଖାନା ନେଇ ସିଧା ତାଙ୍କ୍ ଗାଡ଼ିରେ ମୌଳି ଗ୍ରାମକୁ ନେଇ ଟଙ୍କଧରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ବୋଲି କହି ସବକୁ ରଖି ପଳାଇଆସିଥିଲେ। ତେବେ ପରିବାର ଲୋକ ଡାକ୍ତରଖାନାକୁ ଚିକିତ୍ସା ପାଇଁ କାହିଁକି ନେଲନି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ କାହିଁ ବୋଲି ପରିତୋଷଙ୍କୁ ନେଇଥିବା ଲୋକଙ୍କୁ ପରିବାର ଓ ଗ୍ରାମବାସୀ ଘେରିଥିଲେ।

ତେବେ ଗ୍ରାମବାସୀ ମିସ୍ତ୍ରୀ ମହାଦେବ ଘର। ମା’ଙ୍କୁ ଧମକ ଚମକ ଦେବା ପରେ ସେ ସବୁ ସତ କଥା ପ୍ରକାଶ କରିଥିଲେ। ପରେ ଆଦିବାସୀ ମୌଲି ଗ୍ରାମ ଲୋକ ଉତ୍ତ୍ୟକ୍ତ ହେଇ ପ୍ରାୟ ୫୦୦ ଜଣ ବଡ଼ଭରନ୍ଦି ଗ୍ରାମକୁ ଆସି ଉମରକୋଟ ନବରଙ୍ଗପୁର ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଶହ ଶହ ଲୋକ ଯାନବାହାନ ରାସ୍ତା ଉପରେ ଅଟକି ରହିଯାଇଥିଲା।

ସମ୍ବନ୍ଧିତ ଖବର