ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ କାରବାର ଉପରେ ଧରପଗଡ଼ ଜାରି ରହିଛି। ଏହି କ୍ରମରେ ଆଜି ଅବକାରୀ ପୁଲିସ ସେକ୍ଟର-୧୫ ଦାଣ୍ଡିଆପଲୀ, ଯମୁନାନାକୀ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ମଦ ତିଆରି ଓ ଚୋରାଚାଲାଣ କରୁଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମଧୁ ଟପ୍ପୋ, ଶୁଖମଣୀ ମିଞ୍ଜ, ରଞ୍ଜିତ ଖାଲଖୋ, ବାପି ମାଇତି, ଭୂଜନାଥ ସିଂହ ଓ ଲାଲଦେଓ କିସପଟ୍ଟା।
ଏମାନଙ୍କ ପାଖରୁ ୨୩୦ ଲିଟର ଦେଶୀ ମଦ ଓ ୨ ହଜାର କେଜି ମହୁଲପୋଚ ଜବତ ହୋଇଛି। ଚଢ଼ଉବେଳେ ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକ, ସବ୍ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/8b43485b-213d-41c7-8c36-8a5e96e698eb.jpg)