୨୩୦ ଲିଟର ଦେଶୀ ମଦ, ୨ ହଜାର କେଜି ମହୁଲପୋଚ ଜବତ

ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ କାରବାର ଉପରେ ଧରପଗଡ଼ ଜାରି ରହିଛି। ଏହି କ୍ରମରେ ଆଜି ଅବକାରୀ ପୁଲିସ ସେକ୍ଟର-୧୫ ଦାଣ୍ଡିଆପଲୀ, ଯମୁନାନାକୀ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ମଦ ‌ତିଆରି ଓ ଚୋରାଚାଲାଣ କରୁଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମଧୁ ଟପ୍ପୋ, ଶୁଖମଣୀ ମିଞ୍ଜ, ରଞ୍ଜିତ ଖାଲଖୋ, ବାପି ମାଇତି, ଭୂଜନାଥ ସିଂହ ଓ ଲାଲଦେଓ କିସପଟ୍ଟା।

ଏମାନଙ୍କ ପାଖରୁ ୨୩୦ ଲିଟର ଦେଶୀ ମଦ ଓ ୨ ହଜାର କେଜି ମହୁଲପୋଚ ଜବତ ହୋଇଛି। ଚଢ଼ଉବେଳେ ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକ, ସବ୍‌ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର