ଦେଶୀ ମଦ ଚୋରାଚାଲାଣ: ୫ ଗିରଫ

ରାଉରକେଲା: ଦେଶୀ ମଦ କାରବାର ଉପରେ ରାଉରକେଲା ଅବକାରୀ ପୁଲିସ ଧରପଗଡ଼ ଜାରି ରଖିଛି। ଏହି କ୍ରମରେ ଆଜି ସେକ୍ଟର-୬ ଓ ବିଶ୍ରା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ଦେଶୀ ମଦ ଚୋରାଚାଲାଣ ଓ ଖୋଲାରେ ବିକ୍ରି କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ସିନୁଲ, ଶ୍ୟାମ ସୁନ୍ଦର ‌ଲୁହାର, ସଞ୍ଜୀବ ଲାହିରା, ସମୀର ସନ୍ୟାସୀ ଓ ବିଜୟ କିସପଟ୍ଟା। ଅଭିଯୁକ୍ତମାନଙ୍କ ପାଖରୁ ୨୮୩ ଲିଟର ଦେଶୀ ମଦ ଓ ଗୋଟିଏ ଅଟୋ(ଓଡି-୧୪-ଟି-୫୭୮୪) ଜବତ ହୋଇଛି। ଦୁଇ ଅଭିଯୁକ୍ତ ସିନୁଲ ଓ ଶ୍ୟାମସୁନ୍ଦର ଅଟୋରେ ମଦ ଚୋରାଚାଲାଣ କରୁଥିଲେ। ବାଟରେ ଅବକାରୀ ପୁଲିସ ସେମାନଙ୍କୁ କାବୁ କରିନେଇଥିଲା।

ସମ୍ବନ୍ଧିତ ଖବର